Home ଓଡ଼ିଶା ବୈଜୟନ୍ତ ସମୀର ସାକ୍ଷାତକୁ ନେଇ ଏତେ ଆଲୋଚନା କାହିଁକି?

ବୈଜୟନ୍ତ ସମୀର ସାକ୍ଷାତକୁ ନେଇ ଏତେ ଆଲୋଚନା କାହିଁକି?

141

ଯଦି ପ୍ରକୃତରେ ବୈଜୟନ୍ତ ବିଜେପିକୁ ଆସନ୍ତି ତେବେ ସେ କେଉଁଠୁ ପାର୍ଥି ହେବେ ବଡ଼ କଥା ନୁହଁ,ବରଂ ଓଡ଼ିଶା ବିଜେପି ପାଇଁ ସେ ଏକ ଗୁରୁ ଦାୟିତ୍ୱ ସମ୍ଭାଳିବାର ସମ୍ଭାବନା ରହିଥିବା ଜଣାପଡ଼ୁଛି..
ଭୁବନେଶ୍ୱର ୨୫/୬(ଓଡ଼ିଆ ପୁଅ/ଦେବଦତ୍ତ ରଥ):ବୈଜୟନ୍ତ ପଣ୍ଡା ବିଜେପି ନେତା ସମୀର ଦେଙ୍କୁ ତାଙ୍କ ବାସ ଭବନରେ ଯାଇ ଭେଟିଛନ୍ତି।ତେବେ ଏହାକୁ ନେଇ ରାଜନୈତିକ ମହଲରେ ଏବେ ଆଲୋଚନା ଜୋର ଧରିଛି।ସମୀରଙ୍କୁ ସାକ୍ଷାତ କରିବା ପରେ ବୈଜୟନ୍ତ ବିଜେପିକୁ ଯିବା ନିଶ୍ଚିତ ଏବଂ ସେ କଟକ ଲୋକସଭାରୁ ପାର୍ଥି ହୋଇ ପାରନ୍ତି ବୋଲି ଆଲୋଚନା ଏବେ ଜୋର ଧରିଛି।ତେବେ ନିର୍ଦ୍ଦିଷ୍ଟ ଭାବରେ ଏହି ଦୁଇ ନେତାଙ୍କ ସାକ୍ଷାତରୁ ହିଁ ବୈଜୟନ୍ତ ବିଜେପିକୁ ଯିବା ଏବଂ କଟକ ଲୋକ ସଭା ଆସନରୁ ବିଜେପି ପାର୍ଥି ହେବା କଥାର କେତେ ଦମ ରହିଛି?

ବୈଜୟନ୍ତ ଯାଇ ଅସୁସ୍ଥ ନେତା ବୈଷ୍ଣବ ପରିଡାଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।ବୈଷ୍ଣବଙ୍କୁ ସାକ୍ଷାତ କରିବାକୁ ବିଭିର୍ଣ୍ଣ ଲୋକ ଆସୁଥିବା ବେଳେ ତାଙ୍କ ନିଜ ଦଳର କେହି ନଆସିବାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବୈଜୟନ୍ତ।ଉଭୟଙ୍କ ସାକ୍ଷାତ ନେଇ ସେ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ ମଧ୍ୟ କରିଛନ୍ତି।ତେବେ ଏ ଭିତରେ ବୈଜୟନ୍ତ ସମୀର ଦେଙ୍କ ଘରକୁ ଯାଇ ତାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି।ସେଠାରେ ସମୀର ଏବଂ ତାଙ୍କର କିଛି ସମର୍ଥକ ବୈଜୟନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।କଟକ ଲୋକସଭା ଆସନରୁ ପାର୍ଥି ହେଲେ ସେମାନେ ସମସ୍ତେ ସାଙ୍ଗରେ ରହିବେ ଏବଂ ସହଯୋଗ କରିବେ ବୋଲି କହିଥିବା କୁହାଯାଉଛି।ଏବଂ ଏହାପରେ ବୈଜୟନ୍ତ ବିଜେପିକୁ ଯିବା ଏବଂ କଟକରୁ ପାର୍ଥି ହେବା ନେଇ ଆଲୋଚନା ଆରମ୍ଭ ହୋଇଯାଇଛି।

ତେବେ ବୈଜୟନ୍ତ ବୈଷ୍ଣବଙ୍କୁ ସାକ୍ଷାତ ଘଟଣାକୁ ନିଜ ଟ୍ୱିଟରରେ ପୋଷ୍ଟ କରିଥିବା ବେଳେ ସମୀରଙ୍କୁ ସାକ୍ଷାତ ଘଟଣା ପୋଷ୍ଟ କରି ନାହାଁନ୍ତି।ସେହିପରି ନିଜର ପ୍ରତ୍ୟକ ରାଜନୈତିକ ଘଟଣାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ସମୀର ଦେ ମଧ୍ୟ ଏନେଇ କିଛି ପୋଷ୍ଟ କରି ନାହାଁନ୍ତି।ସମୀରଙ୍କ କିଛି ସମର୍ଥକ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଘଟଣା ପଦାକୁ ଆସିଛି।ବିଭିର୍ଣ୍ଣ ଗଣ ମାଧ୍ୟମକୁ ଆଲୋଚନାର ସୁରାଗ ଯୋଗାଇଛି।ଏହାପରେ ସମୀର ଦେ ଏହା ପୂରୁଣା ସମ୍ପର୍କକୁ ନେଇ ସାକ୍ଷାତ ଏବଂ ସେ ବି ବୈଜୟନ୍ତଙ୍କ ଘରକୁ ଯାଆନ୍ତି ବୋଲି କହିଥିବା ବେଳେ ବୈଜୟନ୍ତ କିଛି ପ୍ରତିକ୍ରିୟା ରଖି ନାହାଁନ୍ତି।

ତେବେ ପ୍ରଶ୍ନ ଉଠୁଛି ବୈଜୟନ୍ତ ସମୀର ଦେଙ୍କୁ ସାକ୍ଷାତ କରିବାରୁ ହିଁ କ’ଣ ସେ ବିଜେପିକୁ ଯିବା ଏବଂ କଟକରୁ ପାର୍ଥି ହେବା ଜଣାପଡ଼ୁଛି?ଆଲୋଚନା ହୋଇ ଆସୁଛି ବୈଜୟନ୍ତଙ୍କର ବିଜେପି କେନ୍ଦ୍ରୀୟ ନେତାଙ୍କ ସହ ଭଲ ସଂପର୍କ ରହିଛି।ସ୍ବର୍ଗତ ବଂଶୀଧର ପଣ୍ଡାଙ୍କ ଦିଲ୍ଲୀଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ମୁରଲୀ ମନୋହର ଯୋଶୀ ଏବଂ ଅନ୍ୟାନ୍ୟ ବିଜେପି ନେତୃତ୍ୱ ଯୋଗ ଦେଇଥିଲେ।ଭୁବନେଶ୍ୱର ସ୍ଥିତ ବାସଭବନରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା,ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏବଂ ସବୁଠାରୁ ବଡ଼ କଥା ହେଲା ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ଭୁବନେଶ୍ୱର ସ୍ଥିତ ବୈଜୟନ୍ତଙ୍କ ବାସଭବନକୁ ଯାଇ ସ୍ବର୍ଗତ ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ।ଯାହାର ଟେର ରାଜ୍ୟ ବିଜେପି ପାଇ ପାରିନଥିଲା।ସେହିପରି ବଂଶୀଧରଙ୍କ ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ସଂପର୍ତ୍ତିତ ବାର୍ତ୍ତା ନେଇ ଏକ ଚିଠି ଲେଖିଥିଲେ।

ପୂର୍ବରୁ ଅନେକ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକଳାପକୁ ବୈଜୟନ୍ତ ପ୍ରଶଂସା କରିବା ନେଇ ଆଲୋଚନା ହୋଇଛି।ଏବେ ପୂର୍ବରୁ କଂଗ୍ରେସ ନେତୃତ୍ୱରେ ଯେତେବେଳେ ସଂସଦ ଚଲାଇ ଦିଆ ଗଲାନି,ଯେତେ ଦିନ ସଂସଦ ବନ୍ଦ ରହିଲା ସେତିକି ଦିନର ଦରମା ଗ୍ରହଣ ନକରିବାକୁ ମୋଦୀ ନିଜ ସାଂସଦ ମାନଙ୍କୁ କହିଲେ।ଏବଂ ଅଣ ବିଜେପି ହିସାବରେ ଏକଥାକୁ ସେତେବେଳେ ଗ୍ରହଣ କରି ବୈଜୟନ୍ତ ସେତିକି ଦିନର ଦରମା ନନେବାକୁ ନିଷ୍ପତି ନେଇଥିଲେ।

ତେଣୁ ଏସବୁ ଘଟଣାକୁ ଦେଖିଲେ ବୈଜୟନ୍ତ ସମୀର ଦେଙ୍କୁ ସାକ୍ଷାତ କରିବାରୁ ହିଁ ସେ ବିଜେପିକୁ ଯିବା ଏବଂ କଟକରୁ ପାର୍ଥି ହେବା ଏକମାତ୍ର ବଡ଼ କାରଣ ଭଳି ଲାଗୁନାହିଁ।ବୈଜୟନ୍ତଙ୍କର ପୂର୍ବରୁ ତ’ ବିଜେପିର ମୂଳ ନେତୃତ୍ୱଙ୍କ ସହ ସଂମ୍ପର୍କ ରହିଛି।ବାକି ରହିଲା ସେ କଟକରୁ ପାର୍ଥି ହେବା କଥା।ଏମିତିରେ ବୈଜୟନ୍ତ ଯଦି ବିଜେପିକୁ ଆସନ୍ତି ତେବେ କଟକ କ’ଣ ଅନ୍ୟାନ୍ୟ ସ୍ଥାନରୁ ତାଙ୍କୁ ପାର୍ଥି କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ ପାଇବ।ଯଦି ବୈଜୟନ୍ତ ବିଜେପିକୁ ଆସନ୍ତି,କଟକ ପରି ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ମଧ୍ୟ ତାଙ୍କ ପାର୍ଥିତ୍ୱକୁ ନେଇ ଆଗ୍ରହ ରହିଛି।ତେଣୁ ଏସବୁ ଭିତରେ ଯଦି ପ୍ରକୃତରେ ବୈଜୟନ୍ତ ବିଜେପିକୁ ଆସନ୍ତି ତେବେ ସେ କେଉଁଠୁ ପାର୍ଥି ହେବେ ବଡ଼ କଥା ନୁହଁ,ବରଂ ଓଡ଼ିଶା ବିଜେପି ପାଇଁ ସେ ଏକ ଗୁରୁ ଦାୟିତ୍ୱ ସମ୍ଭାଳିବାର ସମ୍ଭାବନା ରହିଥିବା ଜଣାପଡ଼ୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.