ବୈଜୟନ୍ତ ପଣ୍ଡାଙ୍କ ଟିମ୍ ପୌରସଂସ୍ଥା ଏବଂ ମାର୍ଶାଘାଇ ବ୍ଲକରେ

କେନ୍ଦ୍ରାପଡା ୧୦ /୯ (ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)- ଲଗାଣ ବର୍ଷାଯୋଗୁ ଜିଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆୟିତିପୁର ପଞ୍ଚାୟତର ବିଭିନ୍ନ ୱାର୍ଡରେ ବହୁ କ୍ଷୟକ୍ଷତି ହୋଇଛି। କେତେକ ଲୋକ ପାଣି ଘେରରେ ରହି ଖାଦ୍ୟ କିମ୍ବା ପାନୀୟଜଳ ପାଉନାହାଁନ୍ତି। ଖବର ପାଇ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କର ଏକ ଟିମ୍ ଆଜି ଆୟିତିପୁର ଗ୍ରାମରେ ପହଞ୍ଚି ବିପନ୍ନ ଲୋକମାନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିବା ତାଙ୍କ କେନ୍ଦ୍ରାପଡା କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏହା ବ୍ୟତୀତ କେନ୍ଦ୍ରାପଡା ପୌରସଂସ୍ଥାର ବିଭିନ୍ନ୍ ୱାର୍ଡର ବିପନ୍ନ ଲୋକମାନଙ୍କୁ ପୂର୍ବତନ ସାଂସଦ ଶ୍ରୀ ପଣ୍ଡାଙ୍କ ପକ୍ଷରୁ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।

Leave a Reply

Your email address will not be published. Required fields are marked *