ଓଡ଼ିଶା

ବେସରକାରୀ ବସ ଚଳାଚଳ ପାଇଁ ଜାରିହେଲା ନିୟମ ଠିକ୍‌ ସମୟରେ ନ ଗଲେ ବାତିଲ ହେବ ପରମିଟ୍‌

ଭୁବନେଶ୍ବର: ୨୪-୧୦ (ବିରଞ୍ଚି ନାରାୟଣ ପତ୍ରୀ) ବସ୍‌ଷ୍ଟାଣ୍ଡରେ ବସ ଚଳାଚଳରେ ସମୟସାରଣୀ ଠିକ ନ ରହିଲେ ରଦ୍ଦ ହେବ ବସର ସ୍ଥାୟୀ ପର୍‌ମିଟ ଆବଶ୍ୟକସ୍ଥଳେ ନିୟମ ମାନୁ ନ ଥିବା ବସ ଗୁଡିକଠାରୁ ଜରିମାନା ମଧ୍ୟ ଆଦାୟ ହେବ ବୋଲି ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ। ଏ ନେଇ ରାଜ୍ୟର ପ୍ରମୁଖ ବସଷ୍ଟାଣ୍ଡଗୁଡିକରେ ବସଗୁଡିକର ଗତିବିଧି ଜଗିବାକୁ ସିସିଟିଭି ଲଗାଇବାକୁ ବିଭାଗ ନିଷ୍ପତ୍ତି ନେଇଛି। ରାଜ୍ୟରେ ଥିବା ବିଭିନ୍ନ ଜଳଗହଳିପୂର୍ଣ୍ଣ ବସଷ୍ଟାଣ୍ଡଗୁଡିକରୁ ଯାତ୍ରୀବାହୀ ବସଗୁଡିକ ଠିକ ସମୟରେ ଯାତ୍ରା କରୁଛି କି ନାହିଁ, ତାହା ଉପରେ ନଜର ରଖିବାକୁ ରାଜ୍ୟ ପରିବହନ ବିଭାଗ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ବସଷ୍ଟାଣ୍ଡଗୁଡିକରେ ସିସିଟିଭି ଲଗାଇବାକୁ ବିଭାଗ ନିଷ୍ପତ୍ତି ନେଇଛି।ପ୍ରଥମ ମେ କଟକ, ଭୁବନେଶ୍ବର, ପୁରୀରେ ଏପରି କ୍ୟାମେରା ଲଗାଯିବାକୁ ସ୍ଥିର ହୋଇଥିବାବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟାନ୍ୟ ବସଷ୍ଟାଣ୍ଡରେ ଏହାକୁ ଲାଗୁ କରାଯିବା। ଆସନ୍ତା ଏକ ମାସ ମଧ୍ୟରେ ଏହି ଯୋଜନା କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ସିସିଟିଭି ଦ୍ବାରା ବସର ଟାଇମିଂ ଜଣାପଡିବା ସହ ଯାତ୍ରୀମାନଙ୍କ ସୁରକ୍ଷା ଉପରେ ମଧ୍ୟ ନଜର ରଖାଯାଇ ପାରିବ। ଅନଲାଇନ ଜରିଆରେ ଜିଲ୍ଲା ପରିବହନ କାର୍ଯ୍ୟାଳୟ, ରାଜ୍ୟ ପରିବହନ କାର୍ଯ୍ୟାଳୟ ସହ ଏହି ସିସିଟିଭିକୁ ସଂଯୋଗ କରାଯିବା ସହ ନିୟମ ଖିଲାପ ହେଲେ ତତକ୍ଷଣାତ ଜରିମାନା କଟାଯିବ। ଏପରି ବ୍ୟବସ୍ଥା ଦ୍ବାରା ରାଜ୍ୟର ୧୬ ହଜାର ଘରୋଇ ଏବଂ ସରକାରୀ ବସ ସିସିଟିଭି ସ୍କାନରରେ ରହିବ ବୋଲି ବିଭାଗ ସୂଚନା ଦେଇଛି। ଦିଲ୍ଲୀ, ମୁମ୍ବାଇ ପରି ସହରରେ ଗୁଡିକରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବାବେ‌ଳ ଏହା ଓଡିଶ‌ାରେ ପ୍ରଥମେ ଆରମ୍ଭ ହେବ। ସେହିପରି ରାଜପଥଗୁଡିକରେ ଦୁର୍ଘଟଣା ରୋକିବା ପାଇଁ ସିସିଟିଭି ଲଗାଇବାକୁ ବିଭାଗ ନିଷ୍ପତ୍ତି ନେଇଛି। ପ୍ରଥମ ଦଫାରେ ୧୬ ନଂ ଜାତୀୟ ରାଜପଥରେ ଖୋର୍ଦ୍ଧାଠାରୁ ଚଣ୍ଡୀଖୋଲ ପର୍ଯ୍ୟନ୍ତ ୨୦ଟି ସ୍ଥାନରେ ସିସିଟିଭି ଲଗାଇବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ପରେ ଅନ୍ୟାନ୍ୟ ରାସ୍ତାରେ ଗୁଡିକରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଯିବାକୁ ବିଭାଗ ସୂଚନା ଦେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top