ବେଳାଭୂମୀରେ ପେମୀଯୁଗଳଙ୍କ ଭିଡ଼

ପୁରୀ ୧୪-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପ୍ରତିବର୍ଷପରି ଚଳିତବର୍ଷ ଭାଲେଂଟାଇନ ଡ଼େ ପାଳିବାକୁ ପୁରୀରେ ପ୍ରେମୀ ଯୁଗଳଙ୍କ ଭିଡ଼ ଜମିଥିଲା। ବିଭିନ୍ନ ସଂଗଠନର ବିରୋଧ ସାଙ୍ଗଙ୍କୁ ପରିବାର ତଥା ଆତ୍ମୀୟ ସ୍ୱଜନଙ୍କ ନଜର ଠାରୁ ଦୂରେଇ ରହିବା ପାଇଁ ଭୁବନେଶ୍ୱରର ବିଭିନ୍ନ ନାମୀ ଦାମୀ ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିବା ବହୁ ପ୍ରେମୀ ଯୁଗଳ ପୁରୀରେ ପହଂଚିଥିଲେ। ଦିଅଁ ଦେଖା ସାଙ୍ଗକୁ କଦଳୀ ବିକା। ଶ୍ରୀଜଗନ୍ନାଥଙ୍କ ଦର୍ଶନ ହେବ ବେଳାଭୂମୀରେ ପାଖାପାଖି ବସିବାର ସୁଯୋଗ ମିଳିବ। ଏହି ଆଶାରେ ଜମିଥିଲା ପ୍ରେମୀ ଯୁଗଳଙ୍କ ଭିଡ଼। ଫୁଲଦୋକାନ ମାନଙ୍କରେ ଏଭଳି ଅନେକ ଯୋଡ଼ି ଫୁଲ କିଣୁଥିବା ଦେଖିବାକୁ ମିଳିଥିଲା। ଲୋକଙ୍କ ନଜରରୁ ଦୂରେଇ ରହିବା ପାଇଁ ବହୁ ଯୋଡ଼ି ସ୍ୱର୍ଣ୍ଣାଭ ବେଳାଭୂମୀର ଲାଇଟହାଉସ୍ ଅଂଚଳରେ ହଳି ହଳି ହୋଇ ବସିଥିବା ଦେଖିବାକୁ ମିଳିଥିଲା। ସେହିପରି ଅନ୍ୟ କେତେକ ବାଇକ୍ରେ କୋଣାର୍କ ଅଭିମୁଖେ ଯାଉଥିବା ଲକ୍ଷ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *