ଓଡ଼ିଶା

ବେଳାଭୂମି ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ ଦଳ

ପୁରୀ:୩୦/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବୁଧବାର ସନ୍ଧ୍ୟାରେ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ବିଭୂତି ଭୂଷଣ ଦଳଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ବିଶେଷଜ୍ଞ ଦଳ ସ୍ୱର୍ଗଦ୍ୱାର ଅଞ୍ଚଳର ସମୁଦ୍ର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନୁଧ୍ୟାନଦ ପରେ ବାହାର ବିଶେଷଜ୍ଞଙ୍କ ପରାମର୍ଶ ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସେମାନେ କହିଛନ୍ତି। ବିଶେଷଙ୍କ ଦଳ ସ୍ଥିତି କରିଥିବା ପରେ ସେତେଟା ବିପଦ ନଥିବା ସୂଚନା ଦେଇଛନ୍ତି। ବେଳାଭୂମିରେ ପଥର, ପାଚେରୀ ହେବା ନେଇ ଆଶଙ୍କା ରହିଛି। ଏହା ଜନଗହଳି ପୂର୍ଣ୍ଣ ବେଳାଭୂମି ଅଞ୍ଚଳ ହୋଇଥିବାରୁ ସେଠାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ସମୁଦ୍ର ସ୍ନାନ କରିଥାନ୍ତି। ପଥର, ପାଚେରୀ ହେଲେ ପର୍ଯ୍ୟଟକଙ୍କ ପାଇଁ ସମସ୍ୟା ଉପୁଜିବାର ଆଶଙ୍କା ରହିଥିବାରୁ ଏଠାରେ ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା ଚିନ୍ତା କରାଯିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଦରକାର ପଡିଲେ ସିନ୍ଥେଟିକ୍ ୱାଲ୍ ନିର୍ମାଣ କଥା ଚିନ୍ତା କରାଯିବ ବୋଲି ବିଶେଷଜ୍ଞ କମିଟି ପକ୍ଷରୁ କୁହାଯାଇଛି। ବିଶେଷଜ୍ଞ ଦଳର ଜଳ ସମ୍ପଦ ଅଧିକ୍ଷଣ ଯନ୍ତ୍ରୀ ଏଲ୍ .କେ ସାବତ, ପୁରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାଉତ, ଏସ୍ ସି ତପନ କୁମାର ମଜୁ୍ୟମଦାର୍ ପ୍ରମୁଖ ସାମିଲ ହୋଇ ସମୁଦ୍ରକୂଳ ସ୍ଥିତି ସନ୍ଧ୍ୟାରେ ଅନୁଧ୍ୟାନ କରିଥିଲେ। ଅନ୍ୟପକ୍ଷରେ ନୂଆଦିଲ୍ଲୀରୁ ଆସିବାକୁ ଥିବା ବିଶେଷଜ୍ଞ ଦଳ ପୁରୀରେ ପହଞ୍ଚି ପାରିନଥିଲେ। ସେମାନେ ଆସି ପହଞ୍ଚିବା ପରେ ସ୍ଥିତି ଅନୁଧ୍ୟାନ କରିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଗତ କିଛିଦିନ ହେଲା ସମୁଦ୍ରକୂଳ ଲଙ୍ଘିବା ଆରମ୍ଭ କରିଥିଲା। ଗତକାଲି ସମୁଦ୍ର ବେଳା ମାର୍ଗରୁ ମାତ୍ର ୨୫ଫୁଟ ଦୂରରେ ରହିଥିବା ବେଳେ ସ୍ୱର୍ଗଦ୍ୱାର ଅଞ୍ଚଳର କିଛି ଦୋକାନ ସମୁଦ୍ରରେ ଭାସି ଯାଇଥିଲା। ସମୁଦ୍ର ସହର ମୁହାଁ ହେଉଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top