ଆମ ପିଠାପଣା

ବେଲ ପଣା ପିଅଲେ ଶରୀରକୁ ମିଳିବ ଏଇ ଏଇ ଲାଭ

ପଣା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଯାଏ ଓଡ଼ିଆ ଘରର ବିଶେଷ ପଣା ପ୍ରସ୍ତୁତ କରିବା, ପିଇବା ଏବଂ ଅନ୍ୟକୁ ପିଆଇବାର ପରମ୍ପରା। ଗରମ ଦିନରେ ଖରାଦାଉରୁ ନିଜକୁ ବଞ୍ଚାଇବା ପାଇଁ ଅନେକ ପଣା ସେବନ କରାଯାଇଥାଏ। ବେଲ ପଣାର ସେବନ କରିବାରେ ଆମ ଶରୀର ସତେଜ ରହିଥାଏ। କିଛି ଲୋକ ଏପରିକି ଆମ୍ବ ପଣା ସେବନ କରିବାକୁ ପସନ୍ଦ କରିଥାନ୍ତି ଏବଂ ଆଉ କିଛି ଲୋକ ଲେମ୍ବୁ ପାଣି। ଆମେ ଆପଣଙ୍କୁ କହିବୁ, ଆପଣ ଗରମଦିନରେ ସନ୍ ଷ୍ଟ୍ରୋକ୍ ରୁ ରକ୍ଷା ପାଇବା ପାଇଁ ବେଲ ପଣାର ସେବନ ମଧ୍ୟ କରିପାରନ୍ତି। ଆଜି ଆମେ ଆପଣଙ୍କୁ ବେଲ ପଣାର ସେବନ କରିବାଦ୍ୱାରା କ’ଣ କ’ଣ ଫାଇଦା ମିଳଇବ ତାହା କହିବାକୁ ଯାଉଛୁ।

୧. ମଳତ୍ୟାଗରେ ମିଳିବ ଆରାମ:

ଆଯୁର୍ବେଦରେ ବେଲ ରସକୁ ଡାଇରିଆ ଏବଂ ମଳତ୍ୟାଗପାଇଁ ଅଧିକ ଲାଭଦାୟକ ମାନାଯାଇଥାଏ। ଆପଣ ଏହାର ସେବନ ଚିନି କିମ୍ବା ଗୁଡ଼ ସହିତ ମିଶାଇକରି କରି ପାରନ୍ତି।

୨ – ଲିଭର ସମସ୍ୟା ଦୂର କରେ:
ଯଦି ଆପଣଙ୍କ ଲିଭରରେ କୌଣସି ଭାବରେ ସମସ୍ୟା ଅଛି ତେବେ ଏକ୍ଷେତ୍ରରେ ଆପଣଙ୍କୁ ବେଲ ପଣା ଗ୍ରହଣ କରନ୍ତୁ। ବେଲ ଏକ ଗିଲାସ ପଣାରେ ପ୍ରୋଟିନ, ଥାୟମିନ, ଭିଟାମିନ ସି ଏବଂ ରାଇବୋଫ୍ଲେବିନ ରହିଥାଏ। ତେଣୁ ସ୍ୱାସ୍ଥ୍ୟ ପକ୍ଷେ ଏହା ବହୁତ ଭଲ।

୩. ବାୟୁ ରୋଗରୁ ମିଳିବ ମୁକ୍ତି:

ପ୍ରତ୍ୟେହ ବେଲ ପଣା ପିଇବା ଫଳରେ ପେଟର ସମସ୍ୟା ଦୂର ହୋଇଥାଏ। ଏଥିରେ ଅଧିକ ମାତ୍ରାରେ ଫାଇବର ମିଳିଥାଏ।

୪. ଶରୀରକୁ ଶକ୍ତି ମିଳେ:

ବେଲ ପଣାରେ କ୍ୟାଲୋରିଜ ରହିଥାଏ ଯାହାକି ଆମ ଶରୀରର ମେଟାବଲିଜକୁ ବୁଷ୍ଟ କରିଥାଏ। କେବଳ ଏହା ନୁହେଁ, ଏଥିରେ ପୋଟିନ ମଧ୍ୟ ରହିଥାଏ, ଯାହା କି ଆମ ଶରୀର ଆଳସ୍ୟକୁ ଦୂର କରି ଏନର୍ଜି ବନାଇବାରେ ସହାୟକ ହୋଇଥାଏ।

୫. ରକ୍ତ ସଫା କରିବାରେ ସାହାଯ୍ୟକରେ:

ବେଲ ପଣାରେ ଚିନି କିମ୍ବା ଗୁଡ଼ ମିଳାଇକରି ଏହାର ସେବନ କରିବାରେ ଆପଣଙ୍କ ରକ୍ତ ସଫା ରହିବ। ଏହାଦ୍ୱାରା ଆମର ଲିଭର ଏବଂ କିଡନି ଭଲ ଭାବରେ କାମ କରିବ।

ପ୍ରସ୍ତୁତି ପ୍ରଣାଳୀ
ସାମଗ୍ରୀ:
ବେଲ ଫଳ – ୧ ବଡ଼
ଚିନି – ୪- ୫ ଚାମଚ
ଜୀରା – ୧ ଚାମଚ
କଳା ଲୁଣ – ୧/୨ ଚାମଚ

ବନାଇବାର ବିଧି:

ବେଲକୁ ପ୍ରଥମେ ଭାଙ୍ଗି ଏହାର ରସ ଚାମଚରେ କାଢ଼ନ୍ତୁ
ଏବେ କୌଣସି ପାତ୍ରରେ କଢ଼ାଯାଇଥିବା ରସକୁ ଭଲଭାବରେ ଘୋଳନ୍ତୁ
ଏଥିରେ ପାଣି ଡବଲ ପରିମାଣରେ ପକାଇ ମିଳାନ୍ତୁ
ପୁଣି ବେଲର ରସକୁ କୌଣସି ଏକ ମୋଟା ଛଣାରେ ଛାଣନ୍ତୁ
ଏବେ ଏହି ମିଶ୍ରଣ ଚିନି ମିଳାନ୍ତୁ
ଏହାପରେ ଗିଲାସରେ ଭଜା ଜୀରା ଗୁଣ୍ଡ ଏବଂ କଳା ଲୁଣ ମିଳାଇ କରି ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top