ad
ଜିଲ୍ଲା ପରିକ୍ରମା

ବେନ୍ତାଳ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ବନ୍ଦ ସମାଧାନ ନହେଲେ ୧୮ ରୁ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା

ଭଦ୍ରକ, ୧୨ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜକୁ ଦୀର୍ଘ ବର୍ଷ ହେବ ଭଦ୍ରକ ବ୍ଲକ ଅଧିନରେ ଥିବା ବେନ୍ତାଳ ଗ୍ରାମ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ ହୋଇପଡ଼ିଛି। ପ୍ରଶାସନିକ ଅବହେଳା ଓ ସ୍ଥାଣୁତା ପାଇଁ ନିରିହ ଜନସାଧାରଣଙ୍କ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ରାଜନୈତିକ ଆକ୍ରୋଶର ଶିକାର ହୋଇ ବେନ୍ତାଳ ଗ୍ରାମ ପଞ୍ଚାୟତର ବିକାଶ କାର୍ଯ୍ୟ ବନ୍ଦ ହୋଇଯାଇଛି। ୨୦୧୫-୧୬, ୨୦୧୬-୧୭ ଓ ଚାଲୁଥିବା ୨୦୧୭-୧୮ ଆର୍ଥିିକ ବର୍ଷରେ ସି.ଏଫ.ସି ଓ ଏସ.ଏଫ.ସି ରାଶି ପ୍ରାୟ ୯୦ ଲକ୍ଷ ଟଙ୍କା ଉନ୍ନୟନ କାର୍ଯ୍ୟରେ ବିନିଯୋଗ ନହୋଇ ପଡ଼ିରହିଛି। ପଞ୍ଚାୟତର କେତେକ ପ୍ରମୁଖ ରାସ୍ତା ପାଇଁ କାର୍ଯ୍ୟାଦେଶ ହୋଇ ମଧ୍ୟ ୨୦୧୫-୧୬ ର ବନ୍ଦ ହୋଇପଡ଼ିଛି। କେନ୍ଦ୍ର ସରକାରଙ୍କର ସ୍ୱଚ୍ଛ ଭାରତ ଅଭିଯାନରେ କାର୍ଯ୍ୟକାରୀ ହେଉଥିବା ପାଇଖାନା ଯୋଜନା, ରାସ୍ତାର ଆଲୋକକୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ। ତେଣୁ ଡ଼ିସେମ୍ବର ୨୭ ତାରିଖରେ ଗୋଷ୍ଠୀଉନ୍ନୟ ଅଧିକାରୀଙ୍କୁ ଏ ସମ୍ବଦ୍ଧରେ ଅବଗତ କରାଯାଇଥିଲା। ଓ ସେ ମଧ୍ୟ ୧୫ଦିନ ମଧ୍ୟରେ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ। କିନ୍ତୁ ଦୁଖର ବିଷୟ ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରିନାହିଁ। ତେଣୁ ଏ ସମ୍ପର୍କରେ ବେନ୍ତାଳ ଗ୍ରାମ ପଞ୍ଚାୟତର ଭାଜପା ସଭାପତି ସୁରେନ୍ଦ୍ର ନାଥ ଦାସଙ୍କ ନେତୃତ୍ୱରେ ବିଜେପିର ମଣ୍ଡଳ ସଭାପତି ନାରାୟଣ ସେନାପତି, ମଣ୍ଡଳର ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ପଣ୍ଡା, ଯୁବନେତା ଲକ୍ଷ୍ମୀଧର ଥଟେଇ, ହେମନ୍ତ ପ୍ରଧାନ, ସପନ ଦାସ, ଦୁର୍ଗାପ୍ରସାଦ ଜେନା, ରବୀନାରାୟଣ ଜେନା, ଭାଗିରଥି ଜେନା,  ସୁନା ଗାହାଣ,  ବିଭୁତି ପାଣିଗ୍ରାହୀ, ଭୋଳାନାଥ ଜେନା,  ପ୍ରକାଶ ଥଟେଇ, ଅକ୍ଷୟ କୁମାର ଦାସ ପ୍ରମୁଖ ଚଳିତ ମାସ ୧୮ ତାରିଖ ଠାରୁ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଏକ ଦାବିପତ୍ର ଜିଲ୍ଲାପାଳ ଜ୍ଞାନ ଦାସଙ୍କୁ ପ୍ରଦାନ କରିଛନ୍ତି। ଏହାର ଏକକିତା ନକଲ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଟାଉନଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top