ବେନିୟମ ଭାବେ ମୂଲ୍ୟବାନ ଜଙ୍ଗଲ ନଷ୍ଟ କରି ମରମ ଉଠାଯାଉଛି,ବନବିଭାଗ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା

ହରିଚନ୍ଦନପୁର ତା୨୨.୧୨,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗ୍ରାମପଞ୍ଚାୟତର ହରିଡାଗୋଠ ଗ୍ରାମ ନିକଟରେ ଥିବା ଗୁଣ୍ଡିଚାଘାଗୀ ସଂରକ୍ଷିତ ଜଙ୍ଗଲରୁ ବେନିୟମ ଭାବେ ମୂଲ୍ୟବାନ ଶାଳଗଛକୁ ମେସିନ ଲଗାଇ ନଷ୍ଟ କରି ମରମ ଉଠାଉଥିବାର ଅଭିଯୋଗ ହୋଇଛି । ଏବାବଦରେ ସ୍ଥାନୀୟ ଲୋକ ବନବିଭାଗକୁ ଜଣାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନେଇନଥିବାକୁ ନେଇ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଜଙ୍ଗଲ ନଷ୍ଟକୁ ବରଦାସ୍ତ ନକରି ପାରି ହରିଚନ୍ଦନପୁର ଗଣମାଧ୍ୟମଙ୍କ ପାଖରେ ସାହାର୍ଯ୍ୟ ଲୋଡିଥିଲେ ।ଗଣମାଧ୍ୟମ ପ୍ରତିନିଧି ଘଟଣା ବାବଦରେ ସୂଚନା ପାଇବାପରେ ଘଟଣାସ୍ଥଳକୁ ଯାଇ ଜଙ୍ଗଲ ନଷ୍ଟର ଦୃଶ୍ୟ ଦେଖିବା ପରେ ଗୁରୁବାର ଦିନ ୧୧ଟା ସମୟରେ ବନବିଭାଗ ଅଧିକାରୀଙ୍କ ନଜରକୁ ଆଣିଥିଲେ । ଅଧିକାରୀ ଅଭିଯୋଗ ପାଇଲା ପରେ ଲୋକ ଦେଖାଣିଆ ଘଟଣାସ୍ଥଳକୁ ଯିବାର ଅଭିନୟ କରିଥିଲେ ।ଏବଂ ପ୍ରତିନିଧୀ ଜଣକ ଶୁକ୍ରବାର ଦିନ ୧୨ଟା ସମୟରେ ଫୋନ ଯୋଗେ ବନବିଭାଗ ଅଧିକାରୀଙ୍କୁ ଘଟଣା ବାବଦରେ ପଚାରିବାରୁ ସେ ସିଧାସଳକ କହିଛନ୍ତି ଯେ ଗତକାଲି ସମୟ ଅଭାବରୁ ଘଟଣାସ୍ଥଳକୁ ଯାଇପାରିଲୁ ନାହିଁ । ଆଜି ଗରଗଡବାହାଳୀରେ ମିଟିଙ୍ଗ କରିବାକୁ ଆସିଛୁ ଓ ସେ ଜଙ୍ଗଲଟି ଖେସରା ତେଣୁ ତୁମେ ତହସିଲଦାରଙ୍କ ସହ ଆଲୋଚନା କରି ମୋତେ କହିଲେ ମୁଁ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରିବି । ଏଥିରୁ ଜଣାପଡୁଛି ଯେ ବନବିଭାଗ ଅଧିକାରୀ ଓ ମରମ ଉଠାଉଥିବା ଠିକାଦାର ସହ ସଲାସୁତୁରା କରି କାର୍ଯ୍ୟ କରାଯାଉଛି ନା ମୋଟାଅଙ୍କର ଟଙ୍କାନେଇ ଅଧିକାରୀ ଘଟଣାସ୍ଥଳକୁ ଯାଉନାହାନ୍ତି ତାହା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଦୃଢକାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହି ଭଳି ଘଟଣା ଗୁଡିକୁ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଜଙ୍ଗଲଟି ସମୂର୍ଣ୍ଣ ଭାବେ ନଷ୍ଟ ହେବାର ଦୃଶ୍ୟମାନ ହେଉଛି ।

Leave a Reply

Your email address will not be published. Required fields are marked *