ଓଡ଼ିଶା

ବେଦାନ୍ତ କଂପାନୀ ବିରୋଧରେ ହିଂସା: ଟୁଟିକୋରିନ୍ ରେ ହିଂସା ପ୍ରଦର୍ଶନ ସମୟରେ ୯ ମୃତ, ୩୦ ରୁ ଅଧିକ ଆହତ

ଟୁଟିକୋରିନ୍ ୨୨ମଇ (ଓଡ଼ିଆ ପୁଅ) ତାମିଲନାଡୁର ଟୁଟିକୋରିନ୍ ଜିଲ୍ଲାରେ ବେଦାନ୍ତ ଗ୍ରୁପର ଷ୍ଟାରଲାଇଟ କପର ୟୁନିଟ ବିରୁଦ୍ଧରେ ମାସ ହେବ ଚାଲୁଥିବା ପ୍ରଦର୍ଶନ ମଙ୍ଗଳବାରଦିନ ହିଂସା ରୂପ ନେଇଛି। ମିଡ଼ିଆ ରିପୋର୍ଟ ମୁତାବକ, ପୁଲିସ ଲାଠିଚାର୍ଜ ଏବଂ ଗୁଳିଚାଳନା କରିଥିଲା। ହିଂସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ୩୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ସେହି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି।

କପର ଫ୍ୟାକ୍ଟ୍ରିରେ ହେଉଥିବା ପ୍ରଦୂଷଣ କାରଣରୁ ଏଠାରେ ଗ୍ରାଉଣ୍ଡ ୱାଟର ମଧ୍ୟ ପ୍ରଦୂଷିତ ହେଉଛି। ସେହି ସ୍ଥାନରେ ପିଇବା ପାଣିର ସମସ୍ୟା ବଢ଼ିଛି। ସ୍ଥାନୀୟ ଲୋକମାନେ କହିଛନ୍ତିଯେ, ଏହି ଫ୍ୟାକ୍ଟ୍ରିର ପ୍ରଦୂଷଣ କାରଣରୁ ସ୍ୱାସ୍ଥ୍ୟରେ ଗମ୍ଭୀର ଖରାପ ଦେଉଛି ଏବଂ ବିଭିନ୍ନ ସମସ୍ୟା ହେଉଛି। ନିକଟରେ ଏହି କମ୍ପାନୀ ସହରରେ ନିଜର ୟୁନିଟ ବଢ଼ାଇବାପାଇଁ ଘୋଷଣା କରିଛି। ସେଥିପାଇଁ ସ୍ଥାନୀୟ ଲୋକ ପ୍ରଦର୍ଶନ କରୁଛନ୍ତି। ପ୍ରଦର୍ଶନକାରିମାନେ, ବର୍ତ୍ତମାନ କପର ଫ୍ୟାକ୍ଟ୍ରିକୁ ବନ୍ଦ କରିବା ଏବଂ ଆଗକୁ କୌଣସି ୟୁନିଟ ଚାଲୁ ନ କରିବା ପାଇଁ ଦାବି କରିଛନ୍ତି।

ତାମିଲନାଡୁର ଡିଜିପି ଟିକେ ରାଜେନ୍ଦ୍ରନ କହିଛନ୍ତିଯେ, ‘ଟୁଟିକୋରିନ୍ ର ଲୋକମାନଙ୍କୁ କୌଣସି ଚିନ୍ତା ଆବଶ୍ୟକତା ନାହିଁ। ଆମେ ହିଂସାକୁ କାବୁ କରିବା ପାଇଁ ପୂରା ଚେଷ୍ଟା କରୁଛୁ ଏବଂ ଏହା ଏବେ ବହୁତ ସ୍ତରରେ କାବୁରେ ମଧ୍ୟ ଆସିଗଲାଣି। ଅପରପକ୍ଷରେ, ପ୍ରଦର୍ଶନକାରିମାନଙ୍କ ମୃତ୍ୟୁକୁ ନେଇକରି କରାଯାଇଥିବା ପ୍ରଶ୍ନ ଉପରେ ସେ କହିଲେ କି ତାଙ୍କ ମୃତ୍ୟୁ ଯାଂଚ ପରେ ମଧ୍ୟ ସ୍ପଷ୍ଟ ହୋଇପାରିବ।

ମୌକାରେ ଉପସ୍ଥିତ ଲୋକଙ୍କ କହିବା ଅନୁଯାୟୀ, ଯେତେବେଳେ ପ୍ରଦର୍ଶନକାରିମାନେ କାରଖାନା ପହଁଚିବାପରେ ପୁଲିସ ରୋକିବାକୁ ଚେଷ୍ଟା କରିବା ସମୟରେ ସେମାନେ ପଥର ଫିଙ୍ଗିବା ଆରମ୍ଭ କରିଦେଇଥିଲେ, କିଛି ପ୍ରଦର୍ଶନକାରି ମିଶି ଏକ ପୁଲିସର ବାହନକୁ ପଲଟାଇ ଦେଲେ। ଏହି ପ୍ରଦର୍ଶନକାରିମାନେ ଷ୍ଟାରଲାଇଟ ପ୍ଲାଂଟ ସହିତ କଲେକ୍ଟର ଅଫିସ୍ ଘେରାଉ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଭିଡ଼କୁ କାବୁ କରିବା ପାଇଁ ପୁଲିସକୁ ଲାଠିଚାର୍ଜ ଏବଂ ଟିଅର ଗ୍ୟାସର ଗୋଳା ଛାଡ଼ିବାକୁ ପଡ଼ିଥିଲା।

ପୁଲିସର ଏହି କାର୍ଯ୍ୟାନୁଷ୍ଠାନରେ ପ୍ରଦର୍ଶନକାରିମାନଙ୍କର ରାଗିଯାଇ କଲେକ୍ଟର ଅଫିସ୍ ଭିତରେ ଥିବା ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଅବସ୍ଥା ଖରାପ ହେବାରୁ ପୁଲିସ ତୁରନ୍ତ ଅତିରିକ୍ତ ବଳ ମଗାଇଥିଲା। ଏପରି ସ୍ଥିତି ଉପରେ କାବୁ କରିବା ପାଇଁ ନିକଟରେ ଥିବା ଜିଲ୍ଲାମାନଙ୍କରୁ ୨୦୦୦ରୁ ଅଧିକ ପୁଲିସକର୍ମିମାନଙ୍କୁ ଟୁଟିକୋରିନ୍ ପଠାଯାଇଛି।

ସ୍ଥାନୀୟ ଲୋକ ଷ୍ଟାରଲାଇଟ କାରଖାନାର ବିରୁଦ୍ଧରେ ଲମ୍ବା ସମୟଧରି ବିରୋଧ ପ୍ରଦର୍ଶନ କରୁଥିଲେ ଏବଂ କାରଖାନାକୁ ବନ୍ଦ କରିବା ପାଇଁ ଦାବି କରୁଥିଲେ। ତାଙ୍କର ଆରୋପ ଥିଲାକି ଏହି କାରଖାନା କାରଣରୁ ସେହି ଯାଗାରେ ଭୂମିଗତ ଜଳ (ଅଣ୍ଡରଗ୍ରାଉଣ୍ଡ ୱାଟର) ମଧ୍ୟ ପ୍ରଦୂଷିତ ହେଉଛି।

ମାଡ୍ରାସ୍ ହାଇକୋର୍ଟର ଆଦେଶ ପରେ ପୁଲିସ ଷ୍ଟାରଲାଇଟ କାରଖାନାର ସୁରକ୍ଷା ବଢ଼ାଇଦେଇଥିଲା ଏବଂ ସେଠାରେ ୧୪୪ ଧାରା ଲାଗୁ କରାଯାଇଥିଲା।

ଏହି ମାମଲାକୁ ନେଇକରି ଡିଏମକେ, ସତ୍ତାଧାରୀ ଏଆଇଏଡିଏମକେ ସରକାରକୁ ଏହି ହିଂସା ପାଇଁ ଦାୟୀ କରିଛି। ଡିଏମକେ କାର୍ଯ୍ୟକାରୀ ଅଧ୍ୟକ୍ଷ ଏମକେ ଷ୍ଟାଲିନ ଟ୍ଵୀଟ କରି କହିଛନ୍ତି, ‘ଟୁଟିକୋରିନ୍ ହୋଇଥିବା ହିଂସା ପାଇଁ ଏଆଇଏଡିଏମକେ ସରକାର ଦାୟୀ। ସେ କେବେହେଲେ ଲୋକମାନଙ୍କର ସମସ୍ୟାଗୁଡ଼ିକ ସମାଧାନ ଉପରେ ଧ୍ୟାନ ଦେଉନାହାଁନ୍ତି।’

କୁହାଯାଇପାରେଯେ, କି ଅନ୍ତରାଷ୍ଟ୍ରୀୟ ଖନନ କମ୍ପାନୀ ବେଦାନ୍ତ ଲିମିଟେଡର ଷ୍ଟାରଲାଇଟ କପର ତମ୍ବା ତରଳାଇବାର କାମ କରିଥାଏ ଏବଂ ଟୁଟିକୋରିନ୍ ସ୍ଥିତ ଏହି ପ୍ଲାଂଟରେ ବାର୍ଷିକ ପ୍ରାୟତଃ ଚାରି ଲକ୍ଷ ଟନ ତମ୍ବା ତରଳା ଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top