ବେଦବ୍ୟାସ ଶ୍ମଶାନ ଘାଟରେ ସଫେଇ କାର୍ଯ୍ୟକ୍ରମ

ରାଉରକେଲା/୦୪/୧୦/୨୦୧୭(ଓଡ଼ିଆ ପୁଅ/ଶିବରାମ ପାତ୍ର): ବେଦବ୍ୟାସ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟ, ଗୁରୁକୁଳ ବୈଦିକ ଆଶ୍ରମ, ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ ଯୁବଶକ୍ତି ରାଉରକେଲାର ମିଳିତ ସହଯୋଗରେ ବେଦବ୍ୟାସ ଠାରେ ଗାନ୍ଧି ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବେଦବ୍ୟାସ ଶ୍ମଶାନ ଘାଟରେ ଗୁରୁକୁଳ ବୈଦିକ ଆଶ୍ରମ ବ୍ରହ୍ମଚାରୀ ଓ ଯୁବ ହଷ୍ଟେଲର କର୍ମକର୍ତା ଓ ଯୁବଶକ୍ତି ରାଉରକେଲାର କର୍ମକର୍ତା ମାନେ ମିଶି ସଫେଇ କାର୍ଯ୍ୟ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୁରୁକୁଳ ଆଶ୍ରମର ଟ୍ରଷ୍ଟି ଧନେଶ୍ୱର ବେହେରା ଯୋଗ ଦେଇଥିଲେ। ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ପ୍ରଫେସର ଡାକ୍ତର ଉମାକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସ୍ୱଚ୍ଛ ଭାରତ ଅଭିଯାନରେ ଅନ୍ୟ ମାନଙ୍କ ମଧ୍ୟରେ ରାଉରକେଲା ଯୁବଶକ୍ତି ସଭାପତି ବ୍ୟାସଦେବ ନାଥ, ଡ. ଏମ୍ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ପଣ୍ଡିତ ଧନେଶ୍ୱର ବେହେରା ଜନସାଧାରଣଙ୍କୁ ନିବେଦନ କରିଥିଲେଯେ, ଶବଦାହ ପାଇଁ ଆସୁଥିବା ବ୍ୟକ୍ତିର ଶବ କପଡା, ଜରି ଏଣେତେଣେ ନପକାଇ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବେ। ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଉପରେ ବକ୍ତବ୍ୟ ରଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯୁବ ହଷ୍ଟେଲର ପିସି ମିଶ୍ର, ଶାନ୍ତି ଦାସ, ସଂଯୁକ୍ତା ପୁରୋହିତ, ନିର୍ମଳ ଦାସ, ପଙ୍କଜ ପାଢୀ, ଦିନକୃଷ୍ଣ ମହାପାତ୍ର, ସାମୁଏଲ ହରିପାଲ, ନରେନ୍ଦ୍ର ସାହୁ, ଆନନ୍ଦ ବାଗ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *