ଜିଲ୍ଲା ପରିକ୍ରମା

ବେଣୁମାଧବ ତ୍ରିପାଠୀଙ୍କୁ ଫର୍ଟିଲାଇଜର ଟାଉନ କଂଗ୍ରେସ ପକ୍ଷରୁ ଅଭିନନ୍ଦନ

ରାଉରକେଲା ୧୨/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାର ୨୨ଟି ଜିଲ୍ଲାରେ କଂଗ୍ରେସ ସଭାପତି ମାନଙ୍କରେ ପରିବର୍ତ୍ତନ କରାଯାଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ନେତା ତଥା ସେବା ଦଳର ମୁଖ୍ୟ ବେଣୁ ମାଧବ ତ୍ରିପାଠୀଙ୍କୁ ନୂତନ ସଭାପତି ଭାବେ ମନୋନୀତ କରାଯାଇଛି। ଏହା ବ୍ୟତୀତ କାର୍ଯ୍ୟକାରୀ ସଭାପତି ଭାବେ ବରିଷ୍ଠ ନେତା ଅଜୟ କୁମାର ବହିଦାର, ଡ. ରାଜେନ୍ଦ୍ର ଏକ୍କା, ଓ ସୁନୀତା ବିଶ୍ୱାଳଙ୍କୁ ମନୋନୀତ କରାଯାଇଛି। ଫର୍ଟିଲାଇଜର ଟାଉନ କଂଗେସ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଅଭିନନ୍ଦନ ବାର୍ତ୍ତା ପଠାଯାଇଛି। ଏମାନଙ୍କ ମଧ୍ୟରେ ସଭାପତି ସୁଧାକର ମଲ୍ଲିକଙ୍କ ସମେତ ଅଜୟ ମନ୍ତ୍ରୀ, ସୁବାସ ପାତ୍ର, ରାଜ କିଶୋର ପରିଡ଼ା, ଦିଲୀପ ମଲ୍ଲିକ, ଗୌରାଙ୍ଗ ଦାଶ, ସୌଭାଗ୍ୟ ସ୍ୱାଇଁ, ଦାମୋଦର ଧଳ, ଗଡ଼ବିନ ଟପ୍ପୋ, ଯୋଗେନ୍ଦ୍ର ଲୋହାର, ସମା ମୁଣ୍ଡାରୀ, ସତ୍ୟ ଭୂମିଜ, ପ୍ରଫୁଲ୍ଲ ପାଣ୍ଡେ, ଏ. ଡେଭିଡ଼, ମଧୁ ଭୁମିଜ, ପୂର୍ଣ୍ଣ ଓଝା, ଉପେନ୍ଦ୍ର ଦାସ, ରାଜୁ ଜୟ ପୁରିଆ, ଗଣେଶ ତନ୍ତୀ, ବାବୁଲାଲ କିସାନ, ଗୌର କିସାନ, ଦଣ୍ଡଧର ବରାଳ, ବିଦ୍ୟାଧର ରାଉତ, ଲିଙ୍ଗରାଜ ଜେନା, ସୁକାନ୍ତ ମହାନ୍ତି, ଅଚ୍ଛୁ ପ୍ରଧାନ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ପୂର୍ବରୁ ଆୟୋଜିତ ଏକ ବୈଠକରେ ସଭାପତି ସୁଧାକର ମଲ୍ଲିକ ସଭାପତିତ୍ୱ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top