Home ଜିଲ୍ଲା ପରିକ୍ରମା ବେଟି ବଚାଓ, ବେଟି ପଢାଓ ଯୋଜନା, ବାଳିକାମାନଙ୍କୁ କ୍ୟାରିଅର କାଉନସେଲିଂ

ବେଟି ବଚାଓ, ବେଟି ପଢାଓ ଯୋଜନା, ବାଳିକାମାନଙ୍କୁ କ୍ୟାରିଅର କାଉନସେଲିଂ

5

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘କଲେକ୍ଟର କି କ୍ଲାସ’ ସମ୍ପର୍କିତ ବେଟି ବଚାଓ, ବେଟି ପଢାଓ ଯୋଜନାରେ ବାଳିକାମାନଙ୍କୁ କ୍ୟାରିଅର କାଉନସେଲିଂ ଓ ମାଗଣା ଶିକ୍ଷା ଶିର୍ଷକ କାର୍ଯ୍ୟକ୍ରମ ମଙ୍ଗଳବାର ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ ମୁଖ୍ୟଅତିଥି, ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ, ଜନଶିକ୍ଷଣ ସଂସ୍ଥା ନିର୍ଦ୍ଦେଶିକା ଆରତୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଳିକାମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା ଆଭିମୁଖ୍ୟ ସୃଷ୍ଟି କରିବା ଲକ୍ଷ୍ୟରେ ଅର୍ନ୍ତନିହିତ ପ୍ରତିଭାର ବିକାଶ ଦ୍ୱାରା ଏହା ସମ୍ଭବ ବୋଲି ମତପୋଷଣ କରିଥିଲେ । ଏଥି ନିମନ୍ତେ ଉଦ୍ଦିଷ୍ଟ ସରକାରୀ ଯୋଜନା ସମ୍ପର୍କରେ ବାଳିକାମାନଙ୍କୁ ଅବଗତ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀମାନେ ନିଜ ନିଜର ଭବିଷ୍ୟତ ଜୀବନ ସମ୍ପର୍କରେ ମତରଖିଥିଲେ । ଅଧ୍ୟାପକ ଆନନ୍ଦ ନାୟକ ଅତିଥି ପରିଚୟ ଓ ଅଧ୍ୟାପକ ଡା. ଅନନ୍ତ କିଶୋର ମହାପାତ୍ର ଧନ୍ୟବାଦ ଦେଇଥିଲେ । ଅଧ୍ୟାପିକା ଗୀତାଞ୍ଜଳୀ ଦାଶ, ମମିତାରାଣୀ ନାୟକ, ସୁଜାତା ଦାଶ, କୃପାସିନ୍ଧୁ ସେଠୀ, ହରିହର ସାହୁ, ଗଜେନ୍ଦ୍ର କୁମାର ସାହୁଙ୍କ ସମେତ ମିଲୁ ମହନ୍ତ, ସୁଧିର କୁମାର ଶେଣ୍ଢ, ଉମାକାନ୍ତ ଖଣ୍ଡାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.