ad
ଓଡ଼ିଶା

ବେଙ୍ଗାଲୁରୁରେ କଳାହାଣ୍ଡିଆ ନୂଆଖାଇ ଭେଟ୍

ବେଙ୍ଗାଲୁରୁ, ୦୪ା୧୦ (ଓଡ଼ିଆ ପୁଅ) : କଳାର ହାଣ୍ଡି କଳାହାଣ୍ଡିର କଳା ସଂସ୍କୃତି, ପରମ୍ପରା ଏବେ ଆଞ୍ଚଳିକତା ଡେଇଁ ସାରା ଦେଶ, ଏପରିକି ବିଦେଶକୁ ବି ବ୍ୟାପି ଚାଲିଛି। ଏହା ସାରା ଜଗତରେ ନିଆରା ବୋଲି ବେଙ୍ଗାଲୁରୁଠାରେ ଆୟୋଜିତ କଳାହାଣ୍ଡିଆ ନୂଆଖାଇ ଭେଟ୍ ଅବସରରେ ମତ ପ୍ରକାଶ ପାଇଛି। ହ୍ୱାଇଟ୍ ଫିଲ୍ଡ ଅଲ୍ପାଇନ୍ ଭିଭା କ୍ଲବ୍ ହାଉସଠାରେ ପ୍ରବାସୀ କଳାହାଣ୍ଡିଆମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଢୋଲ୍, ନିଶାନ୍, ତାସା, ମହୁରି ବାଦ୍ୟରେ ଦୁଲୁକି ଉଠିଥିଲା ବେଙ୍ଗାଲୁରୁ। ମା’ ମାଣିକେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ଉପସ୍ଥିତ ସମସ୍ତେ ମିଶି ନୂଆ ଧାନରେ ପ୍ରସ୍ତୁତ ‘ନୂଆ’ ଖାଇଥିଲେ। ଜୟପାଟଣାର ରିଦମ୍ ସ୍କିଲ୍ ଅନୁଷ୍ଠାନର କଳାକାରମାନେ ବଜାଶାଲ୍, ଡାଲଖାଇ, ରସରକେଲି ଆଦି ଲୋକନୃତ୍ୟ ସମେତ ରଙ୍ଗବତୀ ଭଳି ଲୋକଗୀତ ପ୍ରଦର୍ଶନ କରିଥିଲେ। ଓଲିଉଡ୍ ଗାୟକ ସୁମିତ ଯୋଶୀଙ୍କ ସମେତ ମୋହିତ, ଚିନ୍ମୟ ଓ ଆନନ୍ଦ ତାଙ୍କ ବେଣ୍ଡ୍ ସହ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଏଚ୍.ଆଇ.ଭି. ପୀଡ଼ିତ ଶିଶୁମାନଙ୍କ ପାଇଁ କାମ କରୁଥିବା ଭବାନୀପାଟଣା ସ୍ଥିତ ‘ଭିଜନ୍’ ସଂସ୍ଥାର ସରୋଜ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜନରେ ଲଳିତ ପାଢ଼ୀ, ଭାରତ ପାଢ଼ୀ, ମୋହିତ ମିଶ୍ର, ସମରେନ୍ଦ୍ର ମାଝୀ, ଶିବୁ ପ୍ରହରାଜ, ତୁଷାର ବେହେରା, ରଶ୍ମି ପଣ୍ଡା, ସୋହନ୍ ପାଟ୍ଟଯୋଶୀ, ସରୋଜ ପଣ୍ଡା, ଅରୁଣ, ଅଭିରାମ ପାଢ଼ୀ, ମାନସ ବେହେରା, ଆତ୍ମନ୍ ଠାକୁର, ଚିତ୍ତ ବେହେରା, ଶ୍ରୀବନ୍ତ ପଣ୍ଡା, ଅରୁଣ ବେହେରା, ବିକ୍ରମ ତାୟଲ୍, ଚିନ୍ମୟ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top