ବେଙ୍ଗାଲୁରରେ ଓଡ଼ିଆ ଶ୍ରମିକର ମୃତଦେହ ଉଦ୍ଧାର

ତୁରୁମୁଙ୍ଗା ୨୮-୧ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡା ଗ୍ରାମର ଧନେଶ୍ୱର ନଏକ ୨୫ ଙ୍କର ମୃତଦେହ ବେଙ୍ଗାଲୁର ରେଲୱେ ପୋଲିସ ଜାନୁଆରୀ ୨୫ ରେ କରେନାଲାମ ଓ ଇଲାଲେଗି ଷ୍ଟେସନ ମଧ୍ୟରେ ଥିବା ରେଲୱେ ଧାରଣା ପାର୍ଶ୍ଵରୁ ଜବତ କରିଛି। ଧନେଶ୍ୱର ଦୀର୍ଘ ୮ ବର୍ଷ ଧରି ବେଙ୍ଗାଲୁରର ୟୁଟିଲେଟ କନଷ୍ଟ୍ରକସନ କମ୍ପାନୀରେ ସେଣ୍ଟ୍ରିଙ୍ଗ ମିସ୍ତ୍ରୀ ଭାବରେ କାମ କରୁଥିଲେ। ରେଳ ଧାରଣା ସଫା କରୁଥିବା ବେଳେ ମୃତ ଦେହ ଦେଖି ରେଲୱେ ପୋଲିସ ଶବକୁ ଜବତ କରିଥିଲା ଜବତ ପରେ ଧନେଶ୍ୱରଙ୍କ ପକେଟ ରୁ ମୋବାଇଲ ପାଇ ବ୍ୟବହାର କରୁଥିବା ସିମରୁ ରେଲୱେ ପୋଲିସ ଘରକୁ ଖବର ଦେଇଥିଲେ। ଖବର ପାଇ ଶନିବାରଦିନ ଧନେଶ୍ୱରଙ୍କ ଭାଇ ଟଙ୍କଧର ବେଙ୍ଗାଲୁରରେ ପହଁଚି ଡ୍ରେସ ଏବଂ ବେକରେ ପିନ୍ଧିଥିବା ଏକ ଲକେଟରୁ ତାଙ୍କ ଭାଇଙ୍କ ମୃତ ଦେହ ବୋଲି ଚିହ୍ନଟ କରିଛନ୍ତି ଏଥି ନେଇ ସେଠାକାର ରେଲୱେ ଥାନାରେ ଅପମୃତ୍ୟୁ ମାମଲା ସଂଖ୍ୟା ୬/୧୮ ରୁଜୁ ହୋଇଛି। ରେଲୱେ ପିଏସଆଇ ନାଗାପ୍ପାଙ୍କ ସୂଚନା ଅନୁଯାୟୀ ପ୍ରାଥମିକ ତଦନ୍ତରୁ ଏହା ଏକ ଟ୍ରେନ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଅନୁମାନ କରାଯାଉଛି। ତେବେ ପୋଷ୍ଟମୋର୍ଟମ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣା ପଡିବ ବୋଲି ରେଲୱେ ପୋଲିସ କହିଛନ୍ତି।

ଶବଟି ଏତେ ଖରାପ ଅବସ୍ଥାରେ ମିଳିଛିଯେ, ତାହାର ଫଟୋ ଆମେ ଆପଣଙ୍କୁ ଦେଖାଇପାରୁନାହୁଁ। ତେବେ ଶବଟି ସଢିଯାଇଥିବା କାରଣରୁ ତାଙ୍କ ମୃତ୍ୟୁର କାରଣ ସନ୍ଦେହ ଘେରରେ ରହିଛି। ଏଠାରେ ପ୍ରଶ୍ନ ଉଠେଯେ, ଧନେଶ୍ୱର ଯେଉଁ କଂପାନୀରେ କାମ କରୁଥିଲେ ସେହି କଂପାନୀକୁ ତାଙ୍କର ମୃତ୍ୟୁର ଖବର କିପରି ଜଣାପଡ଼ିଲାନି? ଏହା ଅକ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ କଂଷ୍ଟ୍ରକ୍ସନ କଂପାନୀ ଉପରେ ସନ୍ଦେହର ଅଙ୍ଗୁଳି ଉଠୁଛି। ଏଣେ କାନ୍ତିଆପଡା  ଅଂଚଳବାସୀ ଏହାର ନିରେପକ୍ଷ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହିତ ପରିବାରକୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *