ଓଡ଼ିଶା

ବେକରେ ଫିତା ଲଗାଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆତ୍ମହତ୍ୟା

ପୁରୀ, ୦୪/୦୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଇଶ୍ଡୋର ଷ୍ଟାଡିୟମ ନିକଟରେ ଝାଉଁ ଜଙ୍ଗଲରେ ଜନୈକ ଆମ୍ବୁଲାନ୍ସ୍ ଡ୍ରାଇଭର ବେକରେ ଫିତା ଲଗାଇ ଆତ୍ମହତ୍ୟା କରିଛନ୍ତି।ଡ୍ରାଇଭର ଜଣଙ୍କ ବସ୍ତାବନ୍ଧାଯାଉଥିବା ଫିତାକୁ ବେକରେ ବାନ୍ଧି ଝାଉଁଗଛରେ ଓହଳି ପଡିଥିବା ଦେଖାଯାଇଛି।ମୃତ ଡ୍ରାଇଭର ର ନାମ ଅକ୍ଷୟ କୁମାର ଦାସ ଓ ସେ ଅଠରନଳା ପାଟଣାରେ ଘରଭଡା କରି ରଡୁଥିବା ପୋଲିସ୍ ସୁତ୍ରରୁ ଜଣା ପଡିଛି।ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ୍ ରହିଥିବା ବେଳେ ଚକ୍ରତୀର୍ଥ ଫାଣ୍ଡି ପହଚିଂ ଝାଉଁ ଗଚରୁ ଡ୍ରାଇଭରଙ୍କ ଝୁଲନ୍ତା ଶବକୁ ଜବତ କରିଛି।ପୋଲିସ୍ ସୁତ୍ରରୁ ମିଳିଥିବା ସୂଚନା ଅନୁଯାଇ ମଙ୍ଗଳବାର ଦିନ ଅକ୍ଷୟ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା।ଏନେଇ ତାଙ୍କର ସ୍ତ୍ରୀ ମଧ୍ୟ ସଦରଥାନାରେ ଅଭିଯୋଗ କରିଥିଲେ।ବିଳମ୍ବିତ ରାତିରେ ଅକ୍ଷୟ ଝାଉଁ ଗଛରେ ଝୁଲି ଆତ୍ମହତ୍ୟା କରିଥିବାବେଳେ ସକାଳୁ ସ୍ଥାନିୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ।ଖାଣ୍ଡି ପୋଲିସ୍ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top