ବେଆଇନ ସୁଧ କାରବାର ମାମଲାରେ ସାହୁକାର ଗିରଫ

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରରେ ବେଆଇନ ସୁଧ କାରବାରର ଅଭିଯୋଗର ତଦନ୍ତ କରି ଟାଉନ ପୁଲିସ ଆଜି ସାହୁକାର ଅଂଜନ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ପୁରୁଣାବଜାର ଥାନାରେ ଏଥିନେଇ ମାମଲା ରୁଜୁ ହୋିଥିବା ବେଳେ ଆଜି ଟାଉନ ଥାନାରେ ଏଥିନେଇ ଦୁଇଟି ମାମଲା ରୁଜୁ ହେବା ପରେ ମୋଟ ମାମଲା ସଂଖ୍ୟା ୩ରେ ପହଂଚିଛି। ଟାୁନ ଥାନାରେ ଦୁିଟି ମୃଥକ ମାମଲା ରୁଜୁ ହୋଇଛି। ଔଷଧ ବ୍ୟବସାହୀ ବ୍ୟବସାୟୀ ମୁକ୍ତିକାନ୍ତ ନାୟକଙ୍କ ଅଭିଯୋଗ ଗତ ୨୦୧୬ ସେପ୍ଟେମ୍ବର ମାସରେ ଅଂଜନଙ୍କ ଠାରୁ ସେ ୩ଲକ୍ଷ ଟଙ୍କା ସୁଧରେ ନେଇଥିଳେ। ଇତିମଧ୍ୟରେ ସେ ସୁଧ ବାବଦକୁ ଦିନକୁ ୧୫୦୦ ହିସାବରେ ୯ଲକ୍ଷ ୪୫ ହଜାର ଟଙ୍କା ଓ ମୂଳ ବାବଦକୁ ମଧ୍ୟ ୨ଲକ୍ଷ ୭୦ ହଜାର ଟଙ୍କା ଦେବା ପରେ ମଧ୍ୟ ତାଙ୍କୁ ବିଭିନ୍ନ ଧମକ ଚମକ ଦିଆଯାଉଛି। ଏହି ଅଭିଯୋଗ ଉପରେ ପୁଲିସ ଦଫା ୪୨୦, ୨୯୪, ୫୦୬, ୩୮୬, ୩୪ ଆଇପିସି, ୧୯ ମନି ଲେଣ୍ଡରିଙ୍ଗ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି। ସେହିଭଳି ହଜାରିନଗରର ଗୋରା ଖାଁଙ୍କ ଅଭିଯୋଗ ଅନୁଯାୟୀ; ସେ ଅଂଜନଙ୍କ ଠାରୁ ୫୦ ହଜାର ଟଙ୍କା କରଜ କରିଥିଲେ। ସୁଧ ବାବଦକୁ ତାଙ୍କ ଠାରୁ ଦୈନିକ ୩୦୦ ଟଙ୍କା ଆଦାୟ କରାଯାଇ ଇତିମଧ୍ୟରେ ୨ଲକ୍ଷରୁ ଅଧିକ ଟଙ୍କା ପଇଠ କରିବା ପରେ ମଧ୍ୟ ତାଙ୍କୁ ଗୁଣ୍ଡା ଲଗାଇ ଧମକ ଚମକ ଦିଆଯାଉଛି। ପୁଲିସ ଏହି ଅଭିଯୋଗ ଉପରେ ଦଫା ୪୨୦, ୨୯୪, ୫୦୬, ୩୮୪, ୩୪ ଆଇପିସି/ ୧୯ ମନି ଲେଣ୍ଡରିଙ୍ଗ୍ ଆକ୍ଟରେ ମାମଲା ରୁଜୁ କରିଛି। ଅପରପକ୍ଷେ ଟାଉନ ପୁଲିସ ପକ୍ଷରୁ ସହରରେ ସାହୁକାରଙ୍କ ବିରୋଧରେ ଅପରେସନ ଆରମ୍ଭ ହୋିଥିବା ଆଲେଶଚନା ହେଉଛି। ଯେଉଁମାନେ ଅତ୍ୟଧିକ ଶୋଷଣର ଶିକାର ହୋଇ ସାହୁକାରଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି ସେମାନେ ପୁଲିସର ଦ୍ୱାରସ୍ତ ହେଲେ ଅଭିଯୋଗର ସତ୍ୟତାକୁ ପରୀକ୍ଷା କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟାଉନ ଆଇଆଇସି ମନୋଜ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *