ବେଆଇନ ରର୍ଭଲିଙ୍ଗ ନିରୁପଣ କ୍ଲିନିକ ଉପରେ ଚଢାଉ

ଖଡିଆଳ/ନୂଆପଡା-୨୬.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ସରକାରୀ ଡାକ୍ତରଖାନ ସମ୍ମୁଖରେଥିବା ମାର୍କେଟ କମପ୍ଲେକ୍ସରେ ବେଆଇନ ଭାବେ ଚାଳିଥିବା ଗର୍ଭଲିଙ୍ଗ ନିରୁପଣ କ୍ଲିନିକ ଉପରେ ଜିଲ୍ଲା ପ୍ରଶାସନର ଚଢାଉ କରାଯାଇଛି । ଆଜି ନୂଆପଡା ଜିଲ୍ଲାପାଳଙ୍କ ନିଦେ୍ର୍ଧଶ କ୍ରମେ ଉପଜିଲ୍ଲାପାଲ ଶରତ ଚନ୍ଦ୍ର ଶ୍ରୀ ଚନ୍ଦନ ସିଂ ଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲା ମୂଖ୍ୟ ଚିକିସôାଧୀକାରୀ ଡା. ପ୍ରଭାସିନି ବ୍ରହ୍ମା ଓ ଖଡିଆଳ ଥାନାରେ ନୂତନ ବାବେ ଯୋଗଦାନ କରିଥିବା ଏସ.ଡିପିଓ ବବିତା ମଂଜରି ନାଏକ ମିଳିତ ଭାବେ ସମଲେଶ୍ୱରୀ ଗର୍ଭନିରୂପାଣ ଅଲଟ୍ରାସାଉଣ୍ଡ କ୍ଲିନିକ ଉପରେ ଚଢାଉ କରିଥିଲେ । ପ୍ରଶାସନର ଏହି ଚଢାଉକ୍ରମେ କ୍ଲିନିକର କାଗଜପତ୍ରରେ ବହୁ ତୃଟିଥିବା ଜଣାପଡିଛି । ଏହି ଅବସରରେ ସମଲେଶ୍ୱରୀ ଗର୍ଭନିରୂପଣ ଅଲଟ୍ରାସାଉଣ୍ଡ କ୍କିନିକର ମାଲିକାଣୀ ଅର୍ଥାତ ଖଡିଆଳ ସରକାରୀ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଦୀନବନ୍ଦୁ ମହାନ୍ଦଙ୍କ ଧର୍ମପତ୍ନି ମମତା ଭରାଶଗରିଆ ତଦନ୍ତକାରୀ ଟିମକୁ ଚଢାଉ ସମୟରେ କୈାଣସି ସନ୍ତୋହ ଜନକ କାଗଜପତ୍ର ଦେଖାଇପାରିନଥିବା ଜଣାପଡିଛି । ଏଠାରେ ଦୀର୍ଘଦିନରୁ ବେଆଇନ ଭାବେ ଗର୍ଭବତି ମହିଳାମାନଙ୍କ ବିନାଆଧାର କାର୍ଡରେ ମଧ୍ୟ ଗର୍ଭଲିଙ୍ଗ ନିରୂପଣ କରାଯାଉଥିବା ସହିତ ଅଲଟ୍ରା ସାଉଣ୍ଡ ମେସିନର କାଗଜପତ୍ର ମଧ୍ୟ ନଥିବା ତଦନ୍ତକାରୀ ଟିମର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ହେଲେ ଅସନ୍ତା ଗୋଟିଏ ସପ୍ତାହ ମଧ୍ୟରେ କ୍କିନିକ ସମସ୍ତ କାଗଜପତ୍ର ତଦନ୍ତକାରୀ ଟିମ ସମ୍ମୁଖରେ ଦାଖଲ ନ କଲେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *