ବେଆଇନ ମୋହରମ ବୋଝେଇ ୨ଟି ଟ୍ରାକ୍ଟର ଜବତ

ଯାଜପୁର-୬/୧୨(ଓଡିଆ ପୁଅ/ଏ.ରାଉତ) ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବିଛାଖଣ୍ଡି ପାହାଡରୁ ବେଆଇନ ଭାବେ ମୋହରମ ଉତ୍ତୋଳନ କରି ପରିବହନ କରୁଥିବା ୨ଟି ଟ୍ରାକ୍ଟରକୁ ;ଜନାପୁର ପୋଲିସ ବୁଧବାର ଦିନ ଜବତ କରିଛି । ଓଡି୨୨ଏଫ୍-୯୫୧୧ ଓ ଓଡି୨୨ଏଫ୍-୯୬୧୧ ନମ୍ବର ଟ୍ରାକ୍ଟର ଆଜି ବେଆଇନ ଭାବେ ବିଛାଖଣ୍ଡିରୁ ମୋହରମ ଉତ୍ତୋଳନ କରି ପରିବହନ କରୁଥିବା ବେଳେ ପୋଲିସ ବାଘୁଆ ନିକଟରୁ ଜବତ କରି ଚଢେଇଧରା ଫାଣ୍ଡିରେ ଗାଡିଟି ରଖିଥିଲା ପରେ ଜବତ ଟ୍ରାକ୍ଟର ୨ଟିକୁ ଦର୍ମଶାଳା ତହସିଲକୁ ହସ୍ତାନ୍ତରକର କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *