ବେଆଇନ ମେଟାଲ ପରିବହନ ୩ ଟ୍ରକ ଜବଦ। ଡ୍ରାଇଭର ଅଟକ

ଖଇରା/ ବାଲେଶ୍ୱର, ୦୨/୦୧/୨୦୧୮(ଓଡ଼ିଆ ପୁଅ/ ନରେନ୍ଦ୍ର ବେହେରା)- ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନସ୍ଥ ଗତକାଲି ବିଳମ୍ବିତ ରାତିରେ ବେଆଇନ ଭାବେ ଶାରୀଶୁଆ ପାହାଡରୁ ମେଟାଲ ବୋଝେଇ ଟ୍ରକଗୁଡିକ ଆଳଦା-ଡୁଙ୍ଗୁରା ରାସ୍ତାରରେ ଯାଉଥିଲାବେଳେ ପୁଲିସ ଖବର ପାଇ ପତିରାଜପୁର ମେଳଣ ପଡିଆଠାରେ ଟ୍ରକ ଗୁଡିକୁ ଅଟକାଇ କାଗଜପତ୍ର ଯାଞ୍ଚକରିଥିଲେ। ଡ୍ରାଇଭରମାନେ ଆବଶ୍ୟକୀୟ କାଗଜପତ୍ର ଦେଖାଇ ନ ପାରିବାରୁ ଗାଡିସହିତ ୩ଜଣ ଡ୍ରାଇଭରକୁ ଥାନାକୁ ଆଣିଅଟକ ରଖିଛନ୍ତି। ଶାରୀଶୁଆ ପାହାଡରୁ ପ୍ରତ୍ୟେକଦିନ ପ୍ରଶାସନ ଆଖିରେ ଧୂଳିଦେଇ ୧୪୪ଧାରା ଥିବାବେଳେ ଶହଶହ ଟ୍ରିପ୍ ମେଟାଲ ପରିବହନ ହେଉଥିଲାବେଳେ ରାଜସ୍ୱ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *