ବେଆଇନ ମଦ ସହ ୬ ଗିରଫ

ସମ୍ବଲପୁର, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ବେଆଇନ୍ ମଦ କାରବାର ବିରୁଦ୍ଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ପରିପ୍ରେକ୍ଷୀରେ ବିଭିନ୍ନ ଥାନା ପକ୍ଷରୁ ୬ ଜଣଙ୍କୁ ଗିରଫ କରାଯାଇ ମଦ ପାଉଚ, ଦେଶୀ ମଦ ଏବଂ ବିଦେଶୀ ମଦ ବୋତଲ ଜବତ କରାଯାଇଛି। ସଦର ଥାନା ପୋଲିସ ନିତ୍ୟାନନ୍ଦ ବେହେରା ଓ ପୂର୍ଣ୍ଣାନନ୍ଦ ନାଥ ନାମକ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଯୁଯୁମୁରା ପୋଲିସ ଦୁର୍ଗାଦେବ ମିର୍ଦ୍ଧା, ଜମେନକିରା ପୋଲିସ ଜଗଦୀଶ ବର୍ଗାପୁଞ୍ଜି, କୁଚିଣ୍ଡା ପୋଲିସ ଶ୍ରୀବତ୍ସ କିଶାନ ଏବଂ ଶାସନ ପୋଲିସ ଉତ୍ତର ଜଗଦ୍ଦଲାଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *