ବେଆଇନ ମଦ ବିକ୍ରିକୁ ବିରୋଧ କରି ମଦ ବିକ୍ରି ବନ୍ଦ କରିବାକୁ ଥାନା ଘେରିଲେ ମହିଳା‌

ତୁରୁମୁଙ୍ଗା୧୨/୬(ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପଞ୍ଚାୟତର ସରପଞ୍ଚଙ୍କ ବନୋଜ ନାଏକଙ୍କ ନେତୃତ୍ୱରେ ୯୭ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମଦ ବିକ୍ରି ବନ୍ଦ ଦାବିରେ ଏକ ଶୋଭାଯାତ୍ରାରେ ଆସି ତୁରୁମୁଙ୍ଗା ଥାନା ଘେରାଉ କରିବା ସହିତ ଅଞ୍ଚଳରେ ମଦ ବିକ୍ରିକୁ ବନ୍ଦ କରାଇବା ପାଇଁ ଏକ ଦାବି ପତ୍ର ଥାନା ଅଧିକାରୀ ସତ୍ୟଜିତ ଦାସକୁ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଏକ ସପ୍ତାହ ପୂର୍ବରୁ ମଧ୍ୟ ଏହି ମହିଳା ମାନେ ରାଲି କରି ଏକ ଦାବି ପତ୍ର ତୁରୁମୁଙ୍ଗା ଥାନା ରେ ଦେଇଥିଲେ। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଆଜି ପୁଣି ଏକ ରାଲିରେ ଆସି ତୁରୁମୁଙ୍ଗା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଖିରେଇଟାଙ୍ଗିରି ଗ୍ରାମ ଅବସ୍ଥିତ ଏହି ରାଜପଥ କଡ଼ରେ ଥିବା ବିଭିର୍ଣ୍ଣ ଢ଼ାବା ସାପ୍ତାହିକ ହାଟ ତଥା ସାହି ଖୁଲମ ଖୁଲା ମଦ ବିକ୍ରି ହେଉଛି। ଫଳରେ ଲକେ ମଦ ପିଇ ରୋଗରେ ପଡିବା ସହିତ ଯୁବ ସମାଜ ପଥ ଭ୍ରଷ୍ଟ ହେଉଛନ୍ତି। ଏଥି ସହିତ ପଢ଼ୁଥିବା ଛୋଟ ଛୋଟ ଛୁଆ ମଧ୍ୟ ନିଶା କବଳରେ ରହି ସ୍କୁଲ କୁ ଯାଉ ନାହାନ୍ତି। ଏହାକୁ ପ୍ରତିବାଦ କରି ଅଞ୍ଚଳ ରେ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଏହି ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *