ଜିଲ୍ଲା ପରିକ୍ରମା

ବେଆଇନ ମଦ ଦୋକାନ ଉଛେଦ ଦାବିରେ ଗଣଧାରଣା

ଯାଜପୁର-୧୯/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ କବାଟବନ୍ଧ ଠାରେ ବେଆଇନ ଭାବେ ବିକ୍ରି ହେଉଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ଉଛେଦ ଦାବିରେ ସ୍ଥାନୀୟ ଲୋକମାନଙ୍କର ଉକ୍ତ ଦୋକାନ ସମ୍ମୁଖରେ ଧାରଣା ଦେଇଥିଲେ। ସ୍ଥାନୀୟ ସରପଞ୍ଚ ସୁବାଷିନୀ ରାଉତଙ୍କ ନେତୃତ୍ୱରେ ପଞ୍ଚାୟତର ୧୩ଜଣ ୱାଡମେମ୍ବର ସମେତ ମଧୁସୁଦନପୁର ପଞ୍ଚାୟତ ସରପଞ୍ଚ ସଞୟ କୁମାର ସ୍ୱାଇଁ, ସମାଜସେବୀ ଗଣେଶ୍ୱର ପରିଡା, ସୁକାନ୍ତ ପରିଡା, ଶ୍ରୀଧର ସାହୁ, ବାମଦେବ ରାଉତ, ବିଚିତ୍ରୀନନ୍ଦ ସ୍ୱାଇଁ, ଉଦୟନାଥ ଜେନା, ସୁବଳ ବାରିକ, ଉପେନ୍ଦ୍ର ସାହୁ, ପ୍ରମୁଖ ଜନସାଧାରଣ ଏହି ଗଣଧାରଣାରେ ସାମିଲ ହୋଇଥିଲେ। ଖବର ପାଇ ଜେନାପୁର ପୋଲିସ ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ପରେ ଆନ୍ଦୋଳନକାରୀମାନେ ଥାନାାଧିକାରୀ ସୁଶାନ୍ତ ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଯଥାଶିଗ୍ର ବେଆଇନ ମଦ ଦୋକାନକୁ ବନ୍ଦ କରା ନଗଗଲେ ଆନୋନ୍ଦଳକୁ ତିବ୍ରତର କରାଯିବା ସହ ୫୩ନମ୍ବର ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ଆନଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ଗ୍ରାମାଞ୍ଚଳରେ ବେଆଇନ ଭାବେ ବ୍ୟାପକ ମଦ ଦୋକନ ଚାଲୁଥିବାରୁ ସ୍ଥାନୀୟ ଯୁବକମାନେ ଏହାକୁ ବ୍ୟବହାର କରି ବିଭିନ୍ନ ପ୍ରକାର ଅପ୍ରିୟତିକର ସମସ୍ୟା କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top