ବେଆଇନ ଭାବେ ଛତୁ ଫୁଟିଲା ଭଳି ଖୋଲୁଛି ଛାତ୍ରୀନିବାସ

ପୁରୀ:୪/୯(ଓଡ଼ିଆ ପୁଅ): ପୁରୀ ସହରରେ ଖୋଲିଥିବା କୋଚିଙ୍ଗ୍ ସେଣ୍ଟର, କମ୍ପ୍ୟୁଟର ସେଣ୍ଟର ଓ ଅନ୍ୟାନ୍ୟ ମହାବିଦ୍ୟାଳୟର ଅଧ୍ୟନରତ ଛାତ୍ରୀମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଛାତ୍ରୀନିବାସ ଖୋଲା ଯାଉଥିଲେ ମଧ୍ୟ ସେଥିନିମନ୍ତେ କୌଣସି କଟକଣା କିମ୍ବା ଅନୁମତି ନଥାଇ ଅନ୍ୟାୟାସରେ ବିଭିନ୍ନ ସ୍ଥାନରେ ଏହି ପ୍ରକାର ହଷ୍ଟେଲମାନ ଖୋଲୁଥିବା ଦେଖାଯାଏ। ଏପରି କି ବିଭିନ୍ନ ଅଞ୍ଚଳରେ ଘରମାଲିକମାନେ ମଧ୍ୟ ସେମାନଙ୍କ ଘର ଗୁଡିକୁ କେବଳ ଛାତ୍ରୀମାନଙ୍କ ପାଇଁ ଉଦ୍ଧିଷ୍ଟ ବୋଲି ନାମଫଳକ ମାରୁଥିବା ମଧ୍ୟ ଦେଖାଯାଏ। ଯେ କୌଣସି ଅଞ୍ଚଳରେ ଏହି ପ୍ରକାର ସବୁ ଛାତ୍ରୀନିବାସ ଖୋଲାଯାଇଛି ସେ ଘର ଗୁଡିକରେ ଅଗ୍ନି ନିର୍ବାପକ ବିରୋଧ ଯନ୍ତ୍ର ଲାଗିନଥିବା ଏବଂ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ସେ ପ୍ରକାର କଡା କଡି ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହେଉଛି। ଗୋଟିଏ ଗୋଟିଏ କୋଠରୀରେ ଦୁଇରୁ ଅଧିକ ବେଡ୍ ପକାଇ ୩ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଆଦାୟ କରାଯାଉଥିବା ମଧ୍ୟ କୁହାଯାଉଛି। ଏପ୍ରକାର ଛାତ୍ରୀନିବାସ ଖୋଲିବା ପାଇଁ ଶିକ୍ଷା ବିଭାଗ କିମ୍ବା ପ୍ରଶାସନର କୌଣସି ଅନୁମତି ମଧ୍ୟ ନଥାଇ କିପରି ଏସବୁ ଖୋଲାଯାଉଛି ତାହା ପ୍ରଶ୍ନବାଚୀ ହୋଇଛି। ବିଭିନ୍ନ ଅଞ୍ଚଳରୁ ଆସି ଏଠାରେ ବିଭିନ୍ନ ମହାବିଦ୍ୟାଳୟ କୋଚିଙ୍ଗ୍ ସେଣ୍ଟର ଓ କମ୍ପ୍ୟୁଟର ସେଣ୍ଟର ଗୁଡିକରେ ନାମ ଲେଖାଇ ଅଧ୍ୟୟନ କରୁଥିବା କୁହାଯାଉଛି। ଜିଲ୍ଲା ପ୍ରଶାସନ, ଶିକ୍ଷା ବିଭାଗ ଓ ପୁଲିସ ପ୍ରଶାସନ ପକ୍ଷରୁ ଏ ଦିଗରେ ଅନୁସନ୍ଧାନ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *