ଜଗତସିଂହପୁର

ବେଆଇନ ବାଲିଚାଲାଣ : ୮ ହାଇୱା ଜବତ

ତିର୍ତ୍ତୋଲ, ୨୭.୦୧(ଓଡ଼ିଆ ପୁଅ/ଟୁକନ ସେଠୀ )-ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ବାଲିସୈରାତ ଗୁଡ଼ିକରୁ ବେଆଇନ ଭାବେ ବାଲି ଚାଲାଣ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଥିଲା। ନୁତନଭାବେ ଯୋଗଦେଇଥିବା ତିର୍ତ୍ତୋଲ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଓ ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ପଣ୍ଡା ଆଜି ଅପରାହ୍ନରେ ଅଚାନକଭାବେ ମହାନଦୀର ଓଳଗଦା-ତାରୋତଲ ବାଲି ସୈରାତକୁ ଯାଇ ୮ଟି ହାଇୱା ବେଆଇନଭାବେ ବାଲି ନେଉଥିବା କାରଣରୁ ଜବତ କରିଥିଲେ। ଏ ସମ୍ପର୍କରେ ତିର୍ତ୍ତୋଲ ତହସିଲଦାର ଶ୍ରୀଯୁକ୍ତ ପଣ୍ଡା ବେଆଇନି ବାଲି ଚାଲାଣକୁ ପ୍ରଶୟ ଦେବନାହିଁବୋଲି କହିବା ସହିତ ଜବତ ଗାଡ଼ିଗୁଡ଼ିକ ନାମରେ ୨୫ ହଜାର ଲେଖାଁଏ ଜରିମାନା ଆଦାୟପାଇଁ ତହସିଲ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବାଲିଘାଟରେ ୮ଟି ଜବତ ହାଇୱାକୁ ତିର୍ତ୍ତୋଲ ପୋଲିସ ଓ ବିଳାସପୁର ରାଜସ୍ୱ ନିରିକ୍ଷକ ଜକିରହିଥିବା ଦେଖିବାକୁ ମିଳିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top