ଆନ୍ତର୍ଜାତୀୟ

ବେଆଇନ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ଉପରେ ଭାରତ ଏବଂ ଯୁକ୍ତରାଜ୍ୟ ବ୍ରିଟେନ ଓ ଉତର ଆୟାର୍ଲାଣ୍ଡ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ବେଆଇନ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ଉପରେ ଭାରତ ଏବଂ ଯୁକ୍ତ ରାଜ୍ୟ ବ୍ରିଟେନ ଓ ଉତର ଆୟାର୍ଲାଣ୍ଡ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।

ଲାଭ :

କୂଟନୈତିକ ପାସପୋର୍ଟ ଧାରୀମାନଙ୍କ ପାଇଁ ଭିସାମୁକ୍ତ ଚୁକ୍ତି ସୁବିଧା ଏହି ଏମଓୟୁରେ ରହିଛି। ଏହାଛଡ଼ା ଏମଓୟୁ ସମାପନ ପରେ ଆଇନତଃ ଯୁକ୍ତ ରାଜ୍ୟ (ୟୁକେ) ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଭିସା ବ୍ୟବସ୍ଥାର ଉଦାରୀକରଣ ମଧ୍ୟ ହୋଇପାରିବ।

ଜାତୀୟତା ସମୀକ୍ଷା ସନ୍ତୋଷଜନକ ନହେଲେ ଅନ୍ୟପକ୍ଷର କ୍ଷେତ୍ରରେ ବେଆଇନ ଭାବେ ରହୁଥିବା ଲୋକମାନଙ୍କ ପ୍ରତ୍ୟାବର୍ତ୍ତନକୁ ଏହା ସୁନିଶ୍ଚିତ କରିବ।

ଅନ୍ୟପକ୍ଷର ନାଗରିକ ଯେଉଁମାନେ ବେଆଇନ ଭାବେ ପ୍ରବାସ କରୁଥିବା ସମୟରେ ଧରାପଡ଼ିଛନ୍ତି ସେମାନଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ତ୍ୱରାନ୍ୱିତ ହେବାରେ ଏହା ସହାୟକ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top