ଓଡ଼ିଶା

ବେଆଇନ ଚାନ୍ଦା ମାଗୁଥିବା ବେଳେ ୨ ଗିରଫ

ସମ୍ବଲପୁର, ୨୫/୮ (ଓଡ଼ିଆ ପୁଅ)- ସମ୍ବଲପୁର ଜିଲ୍ଲାରେ ବୁର୍ଲା ଥାନା ପୋଲିସ ବିଭିନ୍ନ ବାହାନା ଦେଖାଇ ଚାନ୍ଦା ମାଗୁଥିବା ଏକ ଗ୍ୟାଙ୍ଗର ଦୁଇଜଣ ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରିଛନ୍ତି। ଥାନାର କେସ ସଂଖ୍ୟା ୩୧୫/୨୦୧୮ ଉପରେ ଏ ନେଇ ଆଇପିସିର ଧାରା ୩୮୪/୩୪ ବଳରେ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବୁର୍ଲା ମହତାବନଗରର ଅମିତ କୁମ୍ଭାର (୨୩) ଏବଂ ୍ରଅର୍ଜୁନ ଛତ୍ରିଆ (୨୩)। ଥାନାର ପିଏସଆଇ ଏସ. ବାରିକ, ଏଲ. ପାତ୍ର, ଏଏସଆଇ ପି.କେ.ଓରାମ ଏବଂ କନେଷ୍ଟବଲ କେ. କେର୍କେଟା ଗତ ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ କିଛି ଯୁବକ ପ୍ଲାନେଟୋରିୟମ ରାସ୍ତାରେ ପୂଜା ପାଇଁ ସେହି ରାସ୍ତା ଦେଇ ଯାଉଥିବା ଗାଡ଼ି ଚାଳକମାନଙ୍କ ଠାରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ସୂଚନା ମିଳିଥିଲା। ପୋଲିସ ଅଧିକାରୀମାନେ ସେଠାରେ ପହଞ୍ଚି ୨ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଏମାନଙ୍କ ଠାରୁ ଚାନ୍ଦା ବହି ଏବଂ ଦେଢ଼ଶହ ଟଙ୍କା ଜବତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top