ବେଆଇନ୍ ବାଲି ଚାଲଣ ବୃଦ୍ଧି: ଅପରାଧିଙ୍କ ସହିତ ଲିଙ୍କର ଗନ୍ଧ

ତିର୍ତ୍ତୋଲ୧୪/୦୭ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ତହସିଲ ଅଧିନରେ ଥିବା ବାଲିଉତ୍ସ ଗୁଡ଼ିକରୁ ବେଆଇନଭାବେ ବାଲିଚାଲାଣ ହେଉଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ, ଛୁଟିଦିନଗୁଡ଼ିକରେ ବେଆଇନଭାବେ ବାଲିଉତ୍ସଗୁଡ଼ିକରୁ ବାଲିଚାଲାଣ କରାଯାଉଥିବାବେଳେ ଏହି ବାଲି ଉତ୍ସଗୁଡ଼ିକର ନିଲାମଧାରି ଓ ଆଉକେତେଜଣ ସ୍ଥାନୀୟ ବ୍ୟକ୍ତିଙ୍କର ଅପରାଧିକ ଲିଙ୍କ୍ଥିବା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏମିତିକି ତାହସିଲଦାରଙ୍କ ସ୍ୱାକ୍ଷରକୁ ଓ ଆର ଫର୍ମକୁ ଫର୍ଜରୀ କରାଯାଉଥିବା ଜଣାପଡ଼ିବାପରେ ଅପରାଧିମାନଙ୍କଠାରୁ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଖକୁ ଧମକପୁର୍ଣ୍ଣ ଫୋନ ଆସୁଥିବା ନାମଗୋପନ ସର୍ତ୍ତରେ ସୂଚନା ପ୍ରଦାନ କରିଛନ୍ତି। ଗତକାଲି ତିର୍ତ୍ତୋଲ ତହସିଲ ଦାର ରମେଶ ଚନ୍ଦ୍ର ପଣ୍ଡା ବେଆଇନ୍ ଭାବେ ବାଲି ଚୋରା ଚାଲାଣ କରୁଥିବା ଏକ ହାଇୱା ନମ୍ବର ଓଡ଼ି ୧୯ ଏ ୮୬୫୧ ଗାଡ଼ି କୁ ଜବତ କରି ତିର୍ତ୍ତୋଲ ଥାନାକୁ ହସ୍ତାନ୍ତର କରିଥିଲେ। ଯେଉଁଥିରେ ତହସିଲଦାରଙ୍କ ସ୍ୱାକ୍ଷର ଓ ଆର ଫର୍ମ ଫର୍ଜରୀ କରାଯାଇଥିବା ଆଲୋଚନା ହେଉଛି। ମିଳିଥିବା ସୂଚନା ଅନୁସାରେ କଟକ-ପାରାଦ୍ୱୀପ ରାସ୍ତାର ବାଲେିପାଟଣା ଘାଟରୁ ଏକ ହାଇୱା ବାଲି ଚୋରା ଚାଲାଣ କରୁଥିବା ବେଳେ ଗାଡିଟିକୁ ଜବତ କରାଯାଇଥିଲା। ବିଭିନ୍ନ ସମୟରେ ଏହି ବେଆଇନ ବାଲିଚାଲାଣ ପ୍ରତି ସ୍ୱାର ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କୁ ମାରିଦେବାପାଇଁ ଧମକ ଆସୁଥିବା ନେଇ ଅଧିକାରୀମାନଙ୍କ ସ୍ତରରେ ଭୟର ବାତାବରଣ ଦେଖାଦେଇଛି। ଗତକାଲି ହାଇୱା ଜବତ କରାଯାଇଥିବା ଘଟଣାରେ ତିର୍ତ୍ତୋଲ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଦୁଇଜଣ ବ୍ୟକ୍ତିଙ୍କୁ ଧରି ତିର୍ତ୍ତୋଲ ଥାନାକୁ ହସ୍ତାନ୍ତର କରିଥିଲେ। ତିର୍ତ୍ତୋଲ ଥାନାରେ ଦିନତମାମ ମୁଲଚାଲ ଚାଲିଥିବାବେଳେ ତିର୍ତ୍ତୋଲ ତହସିଲଦାର ୨ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଦେବାପାଇଁ କହିଥିଲେ। ଜନୈକ ଦୁଇଜଣ ବ୍ୟକ୍ତି ଜୋରିମାନସ୍ୱରୁପ ୫୦ ହଜାର ୫ ଶହ ୬୦ ଟଙ୍କାପଇଠ କରି ଥାନାରୁ ମୁକୁଳିଥିବା ତିର୍ତ୍ତୋଲ ତହସିଲ ପକ୍ଷରୁ ସୂଚନା ମିଲିଛି। ବାଲିଘାଟରୁ ବେଆଇନ ବାଲିଚାଲାଣ ଓ ଅପରାଧିକ ଲିଙ୍କ୍ ସମ୍ପର୍କରେ ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *