ଓଡ଼ିଶା

ବେଆଇନ୍ ଚୋରା ମଦ ଜବତ : ବିଜେଡି ନେତାଙ୍କ ସଂପର୍କିୟ ଗିରଫ!

କୋଦଳା : ୦୬/୧୧ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ରାଜ୍ୟରେ ଚୋରା ମଦ କାରବାର ବୃଦ୍ଧି ପାଉଛି ସିନା କମିବାର ନା ନେଉ ନାହିଁ ।ଚୋରା ମଦ ଏବଂ ଅପମିଶ୍ରିତ ବିଷାକ୍ତ ମଦ ପିଇବା ଯୋଗୁ ସାଧାରଣ ଲୋକଙ୍କ ଜୀବନ ହାନି ହେଉଛି। ବାରମ୍ବାର ଏ ନେଇ ସଚେତନତା ଓ ଧରପଗଡ଼ ସତ୍ବେ ମଧ୍ୟ କୌଣସି ପରିବର୍ତ୍ତନ ଘଟୁନାହିଁ।

ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତର ତିରିଡା ଗ୍ରାମରେ ସୋମବାର ସନ୍ଧ୍ଯାରେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରି ୩୩ ଲିଟର ଚୋରା ମଦ ଜବତ କରିବା ସହ ଅମର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କେଶ୍ ନଂ – ୫୩/୨୦୧୮ – ୧୯ ପ୍ରକାରେ ମାମଲା ରୁଜୁ କରିଛି । ତେବେ ଅନୁସନ୍ଧାନ ବେଳେ ଗିରଫ ହୋଇଥିବା ବ୍ଯକ୍ତିଙ୍କ ସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ଯ ଜଣାପଡିଛି। ତିରିଡା ଗ୍ରାମବାସୀ ବିପ୍ର ଚରଣ ଯେନା, ପକଂଜ ସାହୁ, ସୁଶାନ୍ତ ପ୍ରଧାନ, ଅରବିନ୍ଦ ସାହୁ, ବସନ୍ତ ପଟ୍ଟନାୟକ, ବିଷ୍ଟୁ ସ୍ବାଇଁ,ରମେଶ ଭୂୟାଁ, ମିଥୁନ ସେଠୀ, ଭବାନୀ ଭୂୟାଁ ସମେତ ଅନେକ ଗ୍ରାମବାସୀଙ୍କ କହିବା ଅନୁସାରେ, ଗ୍ରାମରେ ମଦ ସମ୍ପୁର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ କିଛି ମୁଷ୍ଟିମେୟ ବ୍ଯକ୍ତି ଗାଁ ରେ ଲୋକମାନଙ୍କୁ ଭୟଭୀତ କରାଇ ଗାଁ ର ସଭା ସମିତିକୁ ଭଣ୍ଡରୁ କରି ଖୁଲମଖୁଲା ମଦ ବ୍ଯବସାୟ କରୁଛନ୍ତି। ଯିଏ ପ୍ରତିବାଦ କରିବ ତାକୁ ଶାସକ ଦଳର ଜୈନିକ ନେତାଙ୍କ ପ୍ରରୋଚନାରେ ଧମକ ମିଳୁଛି । ଏପରିକି ପ୍ରତି ଗ୍ରାମରେ ମଦ ବିରୋଧୀ ଅଭିଯାନ ଚାଲୁଥିବା ବେଳେ ଏହି ପଞ୍ଚାୟତରେ ହେଉନାହିଁ। ଓଲଟା ମଦ ବିକ୍ରି କରୁଥିବା ଲୋକକୁ ସୁରକ୍ଷା ମିଳୁଛି। ଜନୈକ ସରପଞ୍ଚଙ୍କ ସ୍ବାମୀ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛନ୍ତି। ଉକ୍ତ ବିଜେଡି ନେତାଙ୍କ ମାମୁଁ ପୁଅ ଭାଇ ମଦ ବିକ୍ରି କରୁଥିବା ଏବଂ ତାଙ୍କୁ ଦସ୍ତଖତ ଆସୁନଥିବା ବେଳେ ବିଦ୍ୟାଳୟ ଭଳି ମନ୍ଦିର ସଦୃଶ ଅନୁଷ୍ଠାନର ସଭାପତି ଭାବେ ଜଣେ ମଦ ବିକ୍ରେତାକୁ ଦାୟିତ୍ବ ଦେବା ଗ୍ରାମର ଶୃଙ୍ଖଳାକୁ ନଷ୍ଟ କରୁଥିବା ଗ୍ରାମବାସୀ କହିଛନ୍ତି। ଅବକାରୀ ବିଭାଗର ସୂଚନା ଅନୁଯାୟୀ ଅନେକ ମଦ ବସ୍ତାକୁ ଗାତ ଖୋଳି ଲୁଚାଇ ଦିଆଯାଇଛି। ଜଣେ ବିଜେଡି ନେତାଙ୍କ ସମ୍ପୃକ୍ତି ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଗାମୀ ଦିନରେ ଏ ନେଇ

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top