ବୃଦ୍ଧ ଦମ୍ପତି ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମାଗିଲେ ଇଚ୍ଛାମୃତ୍ୟୁ – ପଢ଼ନ୍ତୁ ପୂରା ମାମଲା

ମୁମ୍ବାଇ ୧୧-୧ (ଓଡ଼ିଆ ପୁଅ): ବୃଦ୍ଧ ଦମ୍ପତି ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ମାଗିଛନ୍ତି ଇଚ୍ଛାମୃତ୍ୟୁ। ମୁମ୍ବାଇର ଚରନୀ ରୋଡ ନିବାସୀ ଏକ ବୃଦ୍ଧ ଦମ୍ପତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖିକରି ଇଚ୍ଛାମୃତ୍ୟୁର ଗୁହାରୀ ଲଗାଇଛନ୍ତି। ୮୬ ବର୍ଷୀୟ ନାରାୟଣ ଲବାତେ ଯିଏ କି ୧୯୮୯ରେ ରାଜ୍ୟ ପରିବହନ ନିଗମରୁ ସେବାରୁ ଅବସର ନେଇସାରିଛନ୍ତି, ସେ ରାଷ୍ଟ୍ରପତିଙ୍କୁ ଲେଖିଥିବା ନିଜର ପତ୍ରରେ କହିଛନ୍ତିଯେ, ଆମେ ସ୍ୱାମୀ-ସ୍ତ୍ରୀ ନିଃସନ୍ତାନ। କୌଣସି ଗମ୍ଭୀର ବେମାରୀରେ ଗ୍ରାସିତ ମଧ୍ୟ ନୁହେଁ। ତଥାପି ମଧ୍ୟ ଏବେ ଆମର ଜିଇଁବାର କୌଣସି ଅର୍ଥନାହିଁ।

ନାରାୟଣ ଲବାତେ କହିଲେକି ଏହି କଥାର କୌଣସି ଗାରେଣ୍ଟି ନାହିଁ କି ଏବେ ଆମକୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନାହିଁ ତେବେ ଆଗକୁ ମଧ୍ୟ ଆମର ଶରୀର ଏମିତି ହିଁ ରହିବ ବୋଲି। ଭବିଷ୍ୟତରେ ଅନ୍ୟପାଇଁ ଅସୁବିଧା କରିବା ଅପେକ୍ଷା ଭଲହେବ କି ଆମେ ଶରୀର ତ୍ୟାଗ କରିଦେବା। ଆମେ ପୂର୍ବରୁ ହିଁ ନିର୍ଣ୍ଣୟ ନେଇଥିଲୁକି ଆମେ ସନ୍ତାନ ଜନ୍ମ କରିବୁ ନାହିଁ ବୋଲି। ଆମ ପରିବାରରେ ଆମ ଦୁଇଜଣଙ୍କର ବ୍ୟତୀତ କୌଣସି ବ୍ୟକ୍ତି ଆଉ ନାହାଁନ୍ତି।

୭୯ ବର୍ଷୀୟ ତାଙ୍କ ପତ୍ନୀ ଯିଏକି ମୁମ୍ବାଇରେ ଏକ ସରକାରୀ ସ୍କୁଲର ପୂର୍ବ ପ୍ରଧ୍ୟାପିକା ରହିଥିଲେ। ସେ କହିଲେ ମୋର ଦୁଇଟି ଅପରେସନ ହୋଇଛି। ମୋ ପାଇଁ ବାହରକୁ ଏକୁଟିଆ ଯିବା ସମ୍ଭବ ନୁହେଁ। ମୋର ଗୋଟିଏ ଜାଗାରେ ବସି ରହିବା ମଧ୍ୟ ବେକାର। ସେଥିପାଇଁ ମୋର ଜୀବିତ ରହିବାର ମଧ୍ୟ କୌଣସି ଉଦ୍ଦେଶ୍ୟ ନାହିଁ। ସେ କହିଥିଲେକି ସେ ଦୁଇଜଣ ନିଜର ଜୀବନରେ ପ୍ରାମମ୍ଭିକ ସମୟରେ ସନ୍ତାନ ଜନ୍ମ ନଦେବା ପାଇଁ ଫଇସଲା ନେଇଥିଲେ।

ନାରାୟଣ କହିଲେକି ଏବେ ସମାଜରେ ରହିବାର କୌଣସି ଉଦ୍ଦେଶ୍ୟ ନାହିଁ। ଆମେ ସମାଜ ପାଇଁ କୌଣସି ପ୍ରକାରର ନିଜର ଯୋଗଦାନ ଦେଇପାରୁନାହୁଁ। ଏଥିପାଇଁ ଆମେ ରାଷ୍ଟ୍ରପତିଙ୍କୁ ଡକ୍ଟରର ସହଯୋଗରେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଛୁ। ଏବେ ଜୀବନର ଏହି ସମୟରେ ଆମେ ବଞ୍ଚିବାକୁ ଚାହୁଁ ନାହୁଁ। ଆମର ଜୀବନରେ କୌଣସି କଷ୍ଟ ନାହିଁ କିନ୍ତୁ ଆମକୁ ଆଉ ବଞ୍ଚିବାର ଇଚ୍ଛା ନାହିଁ। ନାରାୟଣ ଲବାତେ କହିଲେ ସେ ଏଥିପାଇଁ ରାଷ୍ଟ୍ରପତି କୋବିନ୍ଦଙ୍କୁ ପତ୍ର ଲେଖିଛନ୍ତି। କାରଣ ତାଙ୍କରହିଁ ଜୀବନଦାନ ଦେବା ପାଇଁ ଏବଂ ମୃତ୍ୟୁର ଅଧିକାରର ସମ୍ବିଧାନିକ ଶକ୍ତି ଅଛି। (ସୌଜନ୍ୟ ଜାଗରଣ)

 

Leave a Reply

Your email address will not be published. Required fields are marked *