ବୃଦ୍ଧଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ

ହରିଚନ୍ଦନପୁର, ତା୧୨.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୋରଡିଆମ୍ବ ଗ୍ରାମପଞ୍ଚାୟତର କମଳାବାହାଳୀ ଗ୍ରାମର ୰ପତି କିଶାନଙ୍କ ପୁଅ ମାର୍କଣ୍ଡ କିଶାନ(୬୨)ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ବିଶେଷ ଖବର ନେବାରୁ ଜଣାପଡିଛି ଯେ ୰ପତି କିଶାନଙ୍କର ଦୁଇଟି ଝିଅ ଓ ଗୋଟିଏ ସାନ ପୁଅ ମାର୍କଣ୍ଡ କିଶାନ ଅଟନ୍ତି। ବଡ ଝିଅ ବୌଦେହୀ କିଶାନ ଓ ତାଙ୍କ ସ୍ୱାମୀ ନନ୍ଦ କିଶାନ ଶଶୁରଙ୍କ ସମ୍ଫତି ପାଇବାକୁ ନେଇ ଗତ ୨୦୦୬ମସିହାରେ କେନ୍ଦୁଝର ଜିଲ୍ଲା କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। କେଶଟିକୁ ଭିର୍ତିକରି ଅମିନ ଓ ଓକିଲକୁ ହାତଗୁଞ୍ଜା ଦେଇ ଜମୀର ଭାଗ ନିମନ୍ତେ ଫର୍ଜରୀ କରି ଗତ ୨୯/୧୨/୧୭ରିଖ ଏକ ନକଲି ନୋଟିସ କୋର୍ଟରୁ ପଠାଇଥିଲେ। ଚିଠିରେ ଓଲେଖ ଅନୁଯାୟୀ ୧୨/୧ଶୁକ୍ରବାର ଜମୀର ଭାଗ ହେବାକୁ ଥିବା ନେଟିସ ପଢି ମାର୍କଣ୍ଡ ସାନ ଭେଣେଇକୁ ସାଙ୍ଗରେ ଧରି ଗତ ୮/୧ ସୋମବାର କୋର୍ଟକୁ ଯାଇ ଜର୍ଜକୁ ଗୁହାରୀ ଜଣାଥିଲେ। ଅଭିଯୋଗ ଭିର୍ତି କରି ଜର୍ଜ କାଗଜ ପତ୍ର ଯାଞ୍ଚ କରାଇଥିଲେ ଓ ଜାଣିବାକୁ ପାଇଥିଲେ କି ନୋଟିସଟି ନକଲି ତୁମେ କିଛି ଚିନ୍ତା ନକରି ଆସନ୍ତା ୧୭/୧ତାରିଖ କୋର୍ଟକୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୁଃଖର ବିଷୟ ୧୧ତାରିଖ ଗୁରୁବାର ରାତି ୮ଟା ସମୟରେ ସମସ୍ତେ ଖାଇ ସାରି ଶୋଇବା ପରେ ମାର୍କଣ୍ଡ ବାରଣ୍ଡାରେ ଶୋଇଥିଲେ ଓ ସକାଳୁ ତାଙ୍କୁ ପରିବାର ଲୋକ ପାଇନଥିଲେ। ଖୋଜା ଖୋଜି କରିବା ପରେ ଶୁଣିବାକୁ ପାଇଥିଲେ କି ଜାମୁଦା ଗ୍ରାମର ନାଏକ ସାହି ନିକଟରେ ଏକ ଅସନ ଗଛରେ ବେକରେ ରସି ଲଗାଇ ମାର୍କଣ୍ଡ ଝୁଲୁଛନ୍ତି। ଖବର ପାଇ ପରିବାର ଲୋକ ଘଟଣାସ୍ଥଳ ଯାଇଥିଲେ ଓ ମାର୍କଣ୍ଡଙ୍କ ମୃତ ଦେହକୁ ଚିହ୍ନି ହରିଚନ୍ଦନପୁର ପୋଲିସ ପାଖରେ ହତ୍ୟା ସନ୍ଦେହ କରି ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିର୍ତି କରି ପୋଲିସ ଘଟଣାସ୍ଥଳକୁ ଯାଇ ଶବଟିକୁ ଜବତ କରି ବେବଛେଦ ପାଇଁ କେନ୍ଦୁଝର ପଠାଇଥିଲା। ଓ ଘଟଣାଟି ହତ୍ୟା କିମ୍ବା ଆତ୍ମହତ୍ୟା କରିଥିବାର ପୋଲିସ ତଦନ୍ତ ଜାରିରଖିବା ସହ ବେବଛେଦ ରିର୍ପୋଟକୁ ଅନୁଧ୍ୟାନ କରି ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *