ଓଡ଼ିଶା

ବୃକ୍ଷ ରୋପଣ କାର୍ଯ୍ୟରେ ଦୁର୍ନିତର ଗନ୍ଧ : ସନ୍ଦେହ ବଳୟରେ ବନ ବିଭାଗ

କେନ୍ଦୁଝର ତା୧୪.୮.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ବଡବିଲ ବନାଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟରେ ବ୍ୟାପକ ପରିମାଣର ଦୁର୍ନିତିର ଗନ୍ଧ ବାରି ହୋଇପଡିଛି। ବଡବିଲ ବନ ବିଭାଗ ପକ୍ଷରୁ ଚାଲିଥିବା ଏହି ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ ନିରୀହ ଶ୍ରମିକମାନଙ୍କ ସରଳତା ହିଁ ସରକାରୀ ଅର୍ଥ ଲୁଟର ମୁଖ୍ୟ ମାଧ୍ୟମ ପଲଟିଥିବା ଅନୁସନ୍ଧାନରୁ ଜଣାପଡିଛି। ଏପରିକି ମିଥ୍ୟା ବିଲ ମାଧ୍ୟମରେ ଅର୍ଥ ହରଲୁଟ ସଂପର୍କୀୟ ହୋଇଆସୁଥିବା ଅଭିଯୋଗର, ଏକ ଉଚ୍ଚସ୍ତରୀୟ ନୀରପେକ୍ଷ ତଦନ୍ତ ଦ୍ୱାରା ହିଁ ସତ୍ୟ ସ୍ପଷ୍ଟ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

ବଡବିଲ ପୌରାଞ୍ଚଳର ହାଟିଂ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ପ୍ରାୟ ୬୦ ହଜାର ହେକ୍ଟର ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟ ଚାଲିଥିବା ବେଳେ ତାର ଚର୍ତୁଃପାର୍ଶ୍ୱରେ ତାରବାଡ ମଧ୍ୟ କରାଯାଉଅଛି। ଏହି କାର୍ଯ୍ୟରେ ପ୍ରାୟ ୩୦ ଜଣ ଶ୍ରମିକଙ୍କ ନିୟୋଜିତ ରହିଛନ୍ତି। କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କୁ ସେମାନଙ୍କର ମଜୁରୀ ବାବଦ ପ୍ରାପ୍ୟ ସରକାରୀ ବ୍ୟବସ୍ଥାନୁସାରେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଆସିଥାଏ। କିନ୍ତୁ ମିଳିଥିବା ତଥ୍ୟନୁସାରେ ଶ୍ରମିକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେମାନଙ୍କ, ମଜୁରୀ ବାବଦ ପ୍ରାପ୍ୟ ଅପେକ୍ଷା ବହୁ ଅଧିକ ପରିମାଣର ଅର୍ଥ ଆସୁଅଛି। ଏବଂ ସଂପୃକ୍ତ ଶ୍ରମିକ ମାନେ ସେମାନଙ୍କ ବ୍ୟାଙ୍କ ଖାତାରୁ ଉକ୍ତ ଅର୍ଥ ବାହର କରି ଦାୟିତ୍ୱରେ ରହିଥିବା ବନରକ୍ଷୀ ବୁଲୁବାବୁଙ୍କୁ ଦେଉଥିବା କଥା ସିଧାସଳଖ କହିଛନ୍ତି। ଏବଂ ଏପଟେ ବନରକ୍ଷୀ ବୁଲୁବାବୁ ଘଟଣାକୁ ସ୍ୱୀକାର କରିବା ସହ ତାଙ୍କ ସଫେଇରେ ବ୍ୟାଙ୍କ ଆକାଉଣ୍ଟ ନଥିବା ଶ୍ରମିକ ମାନଙ୍କ ମଜୁରୀପ୍ରାପ୍ୟ ବ୍ୟାଙ୍କ ଆକାଉଣ୍ଟ ଥିବା ଶ୍ରମିକ ମାନଙ୍କ ବ୍ୟାଙ୍କ ଖାତାକୁ ଆସୁଥିବା କହିଛନ୍ତି। ଯଦି ବୁଲୁବାବୁଙ୍କର ସଫେକୁ ସତ୍ୟ କୁ ସତ୍ୟ ବୋଲି ଧରିନିଆଯାଏ ତେବେ ଏଭଳି ଅନିୟମିତତାକୁ ପ୍ରଶୟ ଦେବାର ମୂଳ ଲକ୍ଷ୍ୟ ଉପରେ ପ୍ରଶ୍ନ ଉଠିବା ସ୍ୱଭାବିକ। ଏଭଳି କାର୍ଯ୍ୟକୁ ବେଆଇନ ବୋଲି କହିବା ସହ ସମସ୍ତ ପ୍ରାମାଣିକ ତଥ୍ୟ ପାଇବା ପରେ ମଧ୍ୟ,ପୁଣି ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏ.ସି.ଏଫ.ଙ୍କ ବକ୍ତବ୍ୟ ଦୋଷୀଙ୍କୁ ଘଣ୍ଟ ଘୋଡାଇବା ଲାଗି ଉଦ୍ଧିଷ୍ଟ ବୋଲି ସମାଜସେବୀ ଅକ୍ଷୟ ପଟ୍ଟନାୟକ ମତ ପ୍ରକାଶ କରିବା ସହ ବଞ୍ଚିବା ଲାଗି ଦିନରାତି ସଂଗ୍ରାମ କରୁଥିବା ଏବଂ କିଛି ବୁଝି ନଥିବା ନିରୀହ ସରଳ ଶ୍ରମିକମାନଙ୍କ କ୍ଷେତ୍ରରେ ଅଭିଯୋଗ ଆଣିବା ଯେ ଅସମ୍ଭବ ତାହା ଏ.ସି.ଏଫ.ଙ୍କୁ ଅଗୋଚର ବୋଲି କୁହାଯିବା ଧୃଷ୍ଟତା ହେବ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top