ଜିଲ୍ଲା ପରିକ୍ରମା

ବୃକ୍ଷରୋପଣ ପରିବେଶକୁ ଶାନ୍ତ ଓ କମନୀୟ କରିଥାଏ ଭଦ୍ରକ ସରକାରୀ ବାଳିକା ହାଇସ୍କୁଲରେ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବୃକ୍ଷରୋପଣ ମନୁଷ୍ୟକୁ ମାନସିକ ଶାନ୍ତି ପ୍ରଦାନ କରେ। ବୃକ୍ଷରୋପଣ ଦ୍ୱାରା ପରିବେଶ ପ୍ରଦୂଷଣ ମୁକ୍ତ ହେବା ସହ ମନରେ ସଦ୍ଭାବନା ଆଣିଦେଇଥାଏ ବୋଲି ଭଦ୍ରକ ସରକାରୀ ବାଳିକା ହାଇସ୍କୁଲ ପରିସରରେ ଭଦ୍ରକ ରୋଟାରୀ କ୍ଲବ ଆନୂକୁଲ୍ୟରେ ଆୟୋଜିତ ବୃକ୍ଷରୋପଣ ସଚେତନତା କାର୍ଯ୍ୟକ୍ରମ ଅବସରରେ ବକ୍ତାମାନେ ମତପ୍ରକାଶ କରିଛନ୍ତି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସିି.ଏଚ୍. ବିଜୟଲକ୍ଷ୍ମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ଅବସରପ୍ରାପ୍ତ ଉଦ୍ୟାନବିତ୍ ବିଚିତ୍ରାନନ୍ଦ ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ଉକ୍ତ ଉତ୍ସବରେ କାର୍ଯ୍ୟକ୍ରମର ପ୍ରାୟୋଜକ ରୋଟାରୀ କ୍ଲବ ଭଦ୍ରକର ସଭାପତି ଅଜିତ ଦାସ ଯୋଗଦେଇ ଆଜିର ଦିନରେ ବୃକ୍ଷରୋପଣର ଅବଶ୍ୟକତା ଉପରେ ଆଲୋକପାତ କରିବା ସହ ରୋଟାରୀ କ୍ଲବ ଦ୍ୱାରା ବିଭିନ୍ନ ସ୍ଥାନରେ କରାଯାଉଥିବା ବୃକ୍ଷରୋପଣ ସମ୍ବନ୍ଧରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସ୍ୱାଗତ ଅଭିଭାଷଣ ଉପସ୍ଥାପନ କରିବା ଅବସରରେ ଛାତ୍ରୀମାନଙ୍କ ମନରେ ବୃକ୍ଷରୋପଣ ନିମନ୍ତେ ଆଗ୍ରହ ସୃଷ୍ଟି ହେବା ଉଚିତ ବୋଲି ମତ ପ୍ରକାଶ କରିବା ସହ ଉକ୍ତ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସହେଯାଗ ପାଇଁ କୃତଜ୍ଞତା ଜଣାଇଥିଲେ। କ୍ଲବର ସଂପାଦକ ରୋଟାରିଆନ ମନୋଜ କୁମାର ସାହୁ ତାଙ୍କ ବକ୍ତବ୍ୟରେ ଏହି ମହତ କାର୍ଯ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ସହେଯାଗ ପାଇଁ ଧନ୍ୟବାଦ ଦେବାସହ ରୋଟାରୀ କ୍ଲବର ବହୁମୁଖି କାର୍ଯ୍ୟକ୍ରମ ସମ୍ବନ୍ଧରେ ଅବଗତ କରାଇଥିଲେ।ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ବୃକ୍ଷର ଯତ୍ନ ନେବାର କୌଶଳ ସମ୍ବନ୍ଧରେ ଆଲୋଚନା କରିବା ସହ ଛାତ୍ରୀଟିଏକୁ ଗଛଟିଏ ଶିର୍ଷକରେ ଏକ ଭାବପ୍ରବଣ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ଇକୋ କ୍ଲବ ଇନ୍ଚାର୍ଜ ଶିକ୍ଷକ ରାଜକିଶୋର ଚୌଧୁରୀ ଅତିଥି ପରିଚୟ ପ୍ରଦାନ କରିବା ସହ ବିଦ୍ୟାଳୟରେ ଇକୋ କ୍ଲବ ଦ୍ୱାରା କରାଯାଇଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ।ଉକ୍ତ ସଭାରେ ବିଦ୍ୟାଳୟର ଛାତ୍ରୀ ପ୍ରିତୀସୁମନ ବାରିକ, ସୀମାଲୀନ ପାତ୍ର, ପାୟଲଶ୍ରୀ ରାଉତ, ପୂର୍ଣିମା ଘୋଷାଲ, ଅନଷ୍କା ସାହୁ, ୁ ଚିନ୍ମୟୀ ଦଳେଇ ବନମହୋତ୍ସବ ଶିର୍ଷକ ବକ୍ତୃତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କୃତି ଛାତ୍ରୀଙ୍କୁ ରୋଟାରୀ କ୍ଲବ ଦ୍ୱାରା ପୁରଷ୍କାର ପ୍ରଦାନ କରାଯାଇଥିଲା।ଶିକ୍ଷକ ମୋହନ ଚରଣ ବଳ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ସହେଯାଗରେ କାର୍ଯ୍ୟକ୍ରମଟି ସଂପାଦିତ ହୋଇଥିଲ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top