ବୁଲେଟ ପାଇଁ ଯୁବକ ବିଷ ପିଇଲେ

କେନ୍ଦ୍ରାପଡା ୭/୧୨ (ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ନିକିରାଇ ଥାନା ଅନ୍ତର୍ଗତ ବାରୋ ପଂଚାୟତର ଘିଘିଡିଆ ଗ୍ରାମର ଯୁବକ ବୁଲେଟ ପାଇଁ ଆଜି ବିଷ ପିଇଦେବାରୁ ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଘିଘିଡିଆ ଗ୍ରାମର ଯତୀନ ଦାସ (୨୭)ନାମକ ଯୁବକ ସେହି ଗ୍ରାମର ଜନୈକ ଯୁବତୀକୁ ଭଲପାଉଥିଲେ । ସେହି ଯୁବତୀ ଜଣକ ଯତୀନକୁ କହିଥିଲେ ଯେ ଏକ ବୁଲେଟ ନକିଣିଲେ ସେ ଯତୀନକୁ ବିଭାହେବେ ନାହିଁ । ତେଣୁ ଯତୀନ ଏକ ବୁଲେଟ କିଣିବା ପାଇଁ ବାପାଙ୍କ ପାଖରେ ଯିଦ ଧରିଥିଲେ । କିନ୍ତୁ ତାଙ୍କ ବାପା ଏଥିପାଇଁ ମନା କରିଦେବାରୁ ଯତୀନ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ବିଷ ପିଇଦେଇଥିଲେ । ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିଲା ।

Leave a Reply

Your email address will not be published. Required fields are marked *