ଜିଲ୍ଲା ପରିକ୍ରମା

ବୁଲା ଗୋରୁଙ୍କ ପାଇଁ ଅଙ୍କୁଶ ନାହିଁ ;ଚାଷୀଙ୍କ ଚିନ୍ତା ବଢ଼ାଇଛି ବୁଲା ଗୋରୁ

ଯାଜପୁର -୩୦/୭(ଓଡିଆ ପୁଅ/ଏ.ରାଉତ) ମୌସୁମୀ ଧୋକା ଦେବା ଯୋଗୁ ଚାଷୀ ହତାଶ ହୋଇଥିଲା । ଲଗାଣ ବର୍ଷା ଓ ଜମିରେ ବର୍ଷାଜଳ ମାଡ଼ିଯିବାରୁ ଲଗାଇଥିବା ଧାନଗଛ ନଷ୍ଟ ହେବାସହ ଚାଷୀ ପକାଇଥିବା ଧାନତଳି ମଧ୍ୟ ବର୍ଷାଜଳ ମାଡ଼ିଯିବାରୁ ନଷ୍ଟ ହୋଇଯାଇଥିଲା । ପରେ ଚାଷୀ ସଳଖ ହୋଇ ଜମିରେ ଧାନ ଲଗାଇବା ପାଇଁ ତଳି ପକାଇଥିବାବେଳେ ବୁଲା ଗୋରୁ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଏବେ ଚାଷୀ ଦିନରାତି ଜମିରେ ଜଗି ରହୁଥିବା ଦେଖିବାକୁ ମିଳିଛି । ରଜରେ ରୌଦ୍ର ତାପ ବୃଦ୍ଧି ଘଟିଥିବାବେଳେ ପାଗରେ ପରିବର୍ତ୍ତନ ଘଟିଲା । ମୌସୁମୀ ଠିକ୍ ସମୟର ବହୁ ପୂର୍ବରୁ ଓଡ଼ିଶା ଛୁଇଁଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିଲା । ଚାଷୀ ତରତର ହୋଇ ଜମିରେ ହଳକରି ଧାନ ବୁଣି ଦେଇଥିଲେ । ଫଳରେ କେତେକ ଜମିରେ ଧାନଗଛ ହୋଇଥିବାବେଳେ ବର୍ଷା ହେଲାନାହିଁ । ଫଳରେ ଗଜା ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଥିଲା । ମୌସୁମୀ ଲୁଚକାଳୀ ଖେଳ ଯୋଗୁ ଚାଷୀକୂଳ ହତାଶ ହୋଇଥିଲା । ପରେ ବର୍ଷା ହେବା ଯୋଗୁ ଚାଷୀକୂଳ ଆଶ୍ୱସ୍ତି ହୋଇ ଜମିକୁ ବେଉଷଣ କରି ଜମିରେ ଧାନ ରୋଇବା ପାଇଁ ତଳି ପକାଇଥିଲେ । କେତେକ ଚାଷୀ ଜମିରେ ଧାନ ରୋଇଥିବାବେଳେ ହଠାତ୍ ଲଗାଣ ବର୍ଷା ଚାଷୀଙ୍କ ହୋସ୍ ଉଡ଼ାଇ ଦେଇଥିଲା । ଲଗାଣ ବର୍ଷା ଯୋଗୁ ଜମିରେ ଆଣ୍ଠୁଏ ପାଣି ଜମିରହିବା ଫଳରେ ଧାନଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏପରିକି କେତେକ ଚାଷୀ ପକାଇଥିବା ଧାନତଳି ନଷ୍ଟ ହୋଇଯାଇଥିଲା । ଏବେ କଣ କରିବେ ଚାଷୀ ହତାଶ ହୋଇପଡ଼ିଥିଲେ । କେଉଁଠୁ ଧାନ ବିହନ ଆଣି ପୁନର୍ବାର ତଳି ପକାଇ ଜମିରେ ଧାନ ରୋଇବେ ତାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ । ଲଗାଣ ବର୍ଷା କମିଗଲା ପରେ ଯୋଗାଡ଼ କରି ତଳି ପକାଇଛି । ତଳିଗୁଡ଼ିକ ଗଛ ହୋଇଯାଇଥିବାବେଳେ ଚାଷୀ ବୁଲା ଗୋରୁ ଓ ଷଣ୍ଢଙ୍କ ପାଇଁ ତଳି ଚାରିପଟେ ବାଡ଼ ଦେଇଛି । କିନ୍ତୁ ବୁଲା ଗୋରୁ ଓ ଷଣ୍ଢଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ି ଚାଲିଥିବାରୁ ଚାଷୀକୂଳ କଣ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି । ଧାନତଳିକୁ କିପରି ବୁଲା ଗୋରୁ ଓ ଷଣ୍ଢଙ୍କ ଦାଉରୁ ରକ୍ଷା କରି ବଡ଼ କରି ଜମିରେ ରୋଇବେ ତାକୁନେଇ ଚିନ୍ତାରେ ପଡ଼ିଛନ୍ତି । ଚାଷୀ ଜମି ନିକଟରେ ଧାନତଳି ପକାଇଥାଏ । କାରଣ ଧାନତଳିକୁ ଉପାଡ଼ି ଜମିରେ ରୋଇବାକୁ ସୁବିଧା ହୋଇଥାଏ । ସେହିପରି କେତେକ ଚାଷୀ ଧାନତଳି ନଷ୍ଟ ହୋଇଯିବା ଓ ବିହନ ନଥିବାରୁ ଅନ୍ୟତ୍ର ତଳି କ୍ରୟକରି ଆଣୁଥିବାର ଦେଖିବାକୁ ମିଳିଛି । ଯେଉଁ ଚାଷୀ ଜମିରେ ଧାନ ବୁଣିଛନ୍ତି ସେ ମଧ୍ୟ ବୁଲା ଗୋରୁ ଓ ଷଣ୍ଢଙ୍କ ଦାଉରୁ କିପରି ରକ୍ଷା କରିବେ ତାକୁ ନେଇ ଚିନ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି । ଚାଷଙ୍କ କହିବା କଥା ପୂର୍ବରୁ ପଣାସଂକ୍ରାନ୍ତିଠାରୁ ଗୋରୁମାନଙ୍କୁ ବନ୍ଧା ନଯାଇ ଛାଡ଼ିବାର ପରମ୍ପରା ରହିଛି । ରଜସଂକ୍ରାନ୍ତି ପରେ ଗୋରୁ ଛାଡ଼ିବା ଉପରେ କଟକଣା ଜାରି କରାଯାଇଥାଏ । ଏହି ସମୟରେ ଜମିରେ ଫସଲ ନଥିବାରୁ ଚାଷୀଙ୍କର କୌଣସି ଅସୁବିଧା ନଥାଏ । ରଜସଂକ୍ରାନ୍ତି ପରେ ଗୋରୁ ଛାଡ଼ିଲେ କାଞ୍ଜିଆହୁଦାର ଭୟ ଥାଏ । ତେଣୁ ଗୋରୁ ବାନ୍ଧିବାକୁ ବାଧ୍ୟ ହୋଇଥାନ୍ତି । ଏବେ ସେସବୁ ନାହିଁ, କେବଳ ଡାକବାଜି ଯନ୍ତ୍ର ମାଧ୍ୟମରେ ଗୋରୁ ଛାଡ଼ିବା ଉପରେ କଟକଣା ଜାରି କରାଯାଇଥିଲା । କିନ୍ତୁ ଏବେ ତାହା ମଧ୍ୟ
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top