ବୁଲାଗୋରୁ ଗାଈଙ୍କ ପ୍ରାଦୃଭାବ ରୋକିବାକୁ ଦାବି କଲା ଆଶ୍ରା

ରାଉରକେଲା ୧-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଇସ୍ପାତ ସହର ରାଉରକେଲାରେ ଦିନକୁ ଦିନ ବୁଲା ଗୋରୁଗାଈଙ୍କ ପାଦୃଭାବ ବଢିବାରେ ଲାଗିଛି। ଏହା ଫଳରେ ଅନେକ ସମୟରେ ଦୁର୍ଘଟଣା ବଢିବାରେ ଲାଗିଛି। ଦୁର୍ଘଟଣା ଘଟି କେତେବେଳେ ଜୀବନ ଯାଉଛି ତ ପୁଣି କେଉଁ ବ୍ୟକ୍ତି ଜଣଙ୍କ ଅପଙ୍ଗ ହୋଇ ସାରାଜୀବନ କାଳ କାଟୁଛି। ସ୍କୁଲ, କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ବୁଲାଗୋରୁଗାଈଙ୍କ ପ୍ରାଦୃଭାବର ଶୀକାର ହେଉଛନ୍ତି। ସହରର ବିଭିନ୍ନ ପ୍ରମୁଖ ଛକ ଯେପରି ବିଶ୍ରାଛକ, ଟ୍ରାଫିକଗେଟ ଛକ, ଉଦିତନଗର ଆରଏମସି ଛକ, ଆମ୍ବାଗାନ ଛକ ଆଦିରେ ଗାଇମାନେ ଅବାଧରେ ବିଚରଣ କରୁଛନ୍ତି। ଏହାକୁ ନେଇ ମହିଳା ସଙ୍ଗଠନ ଆଶ୍ରାର ସମ୍ପାଦିକା ମୀନତୀ ଦେବତାଙ୍କ ନେତୃତ୍ୱରେ କର୍ମୀ ମାନେ ଏକତ୍ରୀତ ହୋଇ ରାଉରକେଲା ଆରଏମସି କାର୍ଯ୍ୟାଳୟ ପହଂଚି ଆରଏମସି ଉପକମିଶନର ସୀତାଦେବୀ ମାଝୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସଙ୍ଗଠନର ଅନ୍ୟାନ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *