ad
ଓଡ଼ିଶା

ବୁର୍ଲା ଭିମସାରର ତୃତୀୟ ବର୍ଷ ଛାତ୍ରଙ୍କ ଫିସେରୀ ପଏଣ୍ଟ ଠାରେ ପାଣିରେ ବୁଡ଼ିଯାଇ ମୃତ୍ୟୁ

ସମ୍ବଲପୁର, ତା ୫।୩ (ଓଡ଼ିଆ ପୁଅ) -ବୁର୍ଲା ଭିମସାର ମେଡ଼ିକାଲ କଲେଜର ପ୍ରାୟ ଛଅଜଣ ଛାତ୍ର ପାହାଡ଼ ଉପରେ ରହିଥିବା ପାହାଡ଼ିବାବା ଶୈବପୀଠ ଦର୍ଶନ କରି ଫିସେରୀ ପଏଣ୍ଟରେ ଗାଧୋଉଥିବା ସମୟରେ ଜଣେ ଛାତ୍ର ପାଣିରେ ବୁଡ଼ି ଯାଇଥିଲେ। ପୁଲିସ ଘଟଣା ସ୍ତଳକୁ ପହଞ୍ଚି ବୁର୍ଲା ଅଗ୍ନିଶମ ବିଭାଗକୁ ଅବଗତ କରାଯିବା ପରେ ଉକ୍ତ ଡ଼ାକ୍ତରୀ ଛାତ୍ରଙ୍କୁ ମୁର୍ମୁଷୁ ଆବସ୍ଥାରେ ପାଣିରୁ ଉଦ୍ଧାର କରାଯାଇ ବୁର୍ଲା ମେଡ଼ିକାଲକୁ ଅଣାଯାଇଥିବା ବେଳେ ଭିମସାରରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଦେଢ଼ଟା ସମୟରେ ଏହି ଫିସେରୀ ପଏଣ୍ଟକୁ ସମୁଦାୟ ଛଅଜଣ ଛାତ୍ର ଗାଧୋଇବାକୁ ଯାଇଥିଲେ। ସୁମିତ ସିଂ ନାମକ ଛାତ୍ର ପାଣିରେ ଅସାବଧାନତା ବସତଃ ବୁଡ଼ି ଯାଇଥିଲେ। ଅନ୍ୟାନ୍ୟ ଡ଼ାକ୍ତରୀ ଛାତ୍ରମାନେ ପାଣିରୁ ତାଙ୍କୁ ଉଦ୍ଧାର କରିବାରେ ଅସମର୍ଥ ହେବାରୁ ବୁର୍ଲା ପୁଲିସ ଅବଗତ କରିବା ପରେ ପିସିଆର ଭ୍ୟାନ ଘଟଣା ସ୍ତଳକୁ ପହଞ୍ଚିସହିତ ଅଗ୍ନିଶମ ବିଭାଗକୁ ଅବଗତ କରି ଅଗ୍ନିଶମ ବିଭାଗୀୟ କର୍ମଚାରୀ ସୁମିତଙ୍କୁ ଉଦ୍ଧାର କରି ବୁର୍ଲା ମେଡ଼ିକାଲକୁ ଆଣିଥିଲେ। ମାତ୍ର ବୁର୍ଲା ମେଡ଼ିକାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଡ଼ାକ୍ତର ଘୋଷଣା କରିଥିଲେ। ଡ଼ାକ୍ତରୀ ଛାତ୍ରଛାତ୍ରୀ ଶହ ଶହ ମାତ୍ରାରେ ଆଶୁଚିକିତ୍ସା ବିଭାଗକୁ ଆସି ରୁଣ୍ଡ ହେବା ସହିତ ତାଙ୍କ ମଧ୍ୟରେ ସାମୟିକ ଭାବରେ ଉତ୍ତେଜନାପୁର୍ଣ୍ଣ ବାତାବରଣ ସୃଷ୍ଟି ହେବା ସହିତ କାହାକୁ ଭିତରକୁ ପ୍ରବେଶ କରାଇ ଦେଇ ନ ଥିଲେ। ବୁର୍ଲା ଭିମସାରର ଅଧ୍ୟକ୍ଷ ପ୍ରଫେସର ବ୍ରଜମୋହନ ମିଶ୍ରଙ୍କ ସହିତ ଅନ୍ୟାନ୍ୟ ମାନେ ଆଶୁଚିକିତ୍ସା ବିଭାଗକୁ ପହଞ୍ଚି ଥିଲେ। ଶବକୁ ଭିମସାରର ଶବ ବ୍ୟବଚ୍ଛେଦ ଗୃହ ଡ଼ିଫ୍ ଫ୍ରିଜରରେ ଗଚ୍ଛିତ କରାଯାଇ ରଖାଯାଇଛି। ସୁମିତ ନିଜର ସହପାଠୀ ଛାତ୍ର ରଞ୍ଜନ ତିର୍କି, ନବୀନ ନାୟକ ତଥା ଅନ୍ୟାନ୍ୟ ସମୁଦାୟ ଛଅଜଣ ଛାତ୍ରଙ୍କ ସହିତ ଶୈବପୀଠ ଦର୍ଶନ ପରେ ଗାଧୋଇଯିବା ଯାଇ ପାଣିରେ ବୁବିଯାଇ ମୃତ୍ୟୁବରଣ କରିଥିଲେ। ଦିଲ୍ଲୀର ପୁଲିସ ଲାଇନର ଦେବେନ୍ଦ୍ର ସିଂଙ୍କ ୨୧ ବର୍ଷିୟ ପୁଅ ସୁମିତ ସିଂ ବୋଲି ବୁର୍ଲା ଥାନାଧିକାରୀ ବିଭୁତିଭୁଷଣ ଭୋଇଙ୍କ ସୁତ୍ରରୁ ପ୍ରକାଶ ପାଇଛି। ସେ ଆସନ୍ତାକାଲି ବୁର୍ଲା ଭିମସାର ପହଞ୍ଚିବା ପରେ ସୁମିତଙ୍କ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି। ତେବେ ଭିମସାରରେ ଡ଼ାକ୍ତର ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଏପରି ଭାବରେ ଏହି ଅଞ୍ଚଳରେ ଆଗରୁ ମଧ୍ୟ ଏପରି ଅଘଟଣ ମାନ ଘଟି ଯାଇଥିବା ଦୃଷ୍ଟାନ୍ତ ରହିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top