ବୁରୁସାହିର ଲୋକ ସେବା ନପାଇ ମୃତୁ୍ୟ ମୁଖରେ ପଡୁଛନ୍ତି ଶିଶୁ ଓ ପ୍ରସୂତୀ

ଯାଜପୁର-୩୧/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତ ବୁରୁସାହି ଏକ ଆଦିବାସୀ ବସ୍ତି ହୋଇଥିଲେ ମଧ୍ୟ ଏଯାବତ୍ ସେଠାକୁ ରାସ୍ତା ନିର୍ମାଣ କରାଯାଇନାହିଁ । ଫଳରେ ଲୋକମାନେ ଅନ୍ୟତ୍ର ଯିବାକୁ ବହୁ ଅସୁବିଧାର ସମ୍ମୁଖିତ ହେଉଛନ୍ତି । ସେହିପରି ରୋଗୀମାନେ ଚିକିତ୍ସା ନିମନ୍ତେ ଅନ୍ୟତ୍ର ଯିବାକୁ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଥିନେଇ ବହୁ ଶିଶୁ ପ୍ରସୂତୀ ମୃତୁ୍ୟ ମୁଖରେ ପଡୁଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ସାହିର ମହିଳାମାନେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ତାହାର ସୁଫଳ ମିଳୁପାରୁନାହିଁ । ଏହି ଘଟଣା ସମ୍ପର୍କରେ ମଧ୍ୟ ସମାଜରେ ବହୁବାର ଖବର ପ୍ରକାଶିତ ହେବାପରେ ସେଠାରେ ସରକାରଙ୍କ ପକ୍ଷରୁ କୋ÷ଣସି ଆଖିଦୃଷ୍ଟିଆ କାର୍ଯ୍ୟ ପନ୍ଥା ଗ୍ରହଣ କରାଯାଇନାହିଁ । ଯେଉଁ ତିମିରକୁ ସେହି ତିମିର । ଏହିଭଳି ଅବସ୍ଥା ପ୍ରତ୍ୟେକ ଆଦିବାସୀ ବସ୍ତିରେ ଲାଗିରହିଥିବାରୁ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେବା ସହିତ ମୃତୁ୍ୟ ମୁଖରେ ପଡ଼ୁଥିବା ଦେଖିବାକୁ ମିଳୁଛି । ଏଥିନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟ ପନ୍ଥା ଗ୍ରହଣ କରାଗଲେ ଏହାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ସାମାଜିକ କର୍ମୀମାନେ ଆଶା ପ୍ରକଟ କରିଛନ୍ତି । ପ୍ରକାଶ ଥାଉକି ବହୁ ଦିନ ପୂର୍ବରୁ ସୁଦୁର ମୟୁରଭଞ୍ଜ ଜିଲ୍ଲାରୁ ମୁଣ୍ଡା ସମ୍ପ୍ରଦାୟର ଆଦିବାସୀମାନେ କାର୍ଯ୍ୟ ଅନ୍ୱେଷଣରେ ଆସି ପାହାଡ଼ ପାଦଦେଶରେ ବସବାସ କରୁଛନ୍ତି । ୨୧ ପାରିବାର ବିଶିଷ୍ଟ ସାହିରେ ୧୭୦ ଜଣରୁ ଅଧିକ ଲୋକ ସଂଖ୍ୟା ହେବେ । ତନ୍ମଧ୍ୟରୁ ଅନ୍ୟ ଆଖପାଖ ସାହିରେ ପିଲାମାନଙ୍କୁ ମିଶାଇ ୫୦ରୁ ଅଧିକ ପିଲା ଗ୍ରାମ ମୁଣ୍ଡରେ ପାଠ ପଢ଼ୁଛନ୍ତି । ସେମାନଙ୍କ ପାଇଁ ପକ୍କାଘର ଖଣ୍ଡେ ନାହିଁ । ଚାଳିଆ ଘରେ ବସି ପାଠ ପଢ଼ୁଛନ୍ତି । ତାହା ଅଙ୍ଗନୱାଡି ପକ୍ଷରୁ ପିଲାମାନଙ୍କୁ ଶିକ୍ଷା ଦିଆଯାଉଥିବା ବେଳେ କିଛି ବଡ ପିଲାଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶିକ୍ଷାଦାନ କରାଯାଉଛି । ବର୍ଷା ଦିନ ହୋଇଥିବାରୁ ଚାଳି ଘର ଭିତରକୁ ପାଣି ପଶିଯିବା ଫଳରେ ସେଠାରେ ପିଲାମାନେ ଶିକ୍ଷାଦାନ କରିପାରୁନାହାଁନ୍ତି । ଅନ୍ୟପକ୍ଷରେ ଗ୍ରାମକୁ ରାସ୍ତା ନଥିବାରୁ ବର୍ଷା ପରେ କାଦୁଅ ମାଟିରେ ବାହାରକୁ ଯିବା ଗ୍ରାମ ଲୋକମାନଙ୍କ ପାଇଁ ସମ୍ଭବପର ହୋଇପାରୁନାହିଁ । ଧର୍ମଶାଳା ବ୍ଲକ ନିକଟରୁ ୮ କି.ମି. ବ୍ୟବଧାନରେ ଏହି ସାହିଟି ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ଅଧିକାରୀଙ୍କ ପାଦ ସେଠାରେ ପଡ଼ିନଥିବା ଜଣାଯାଏ । ସେହିପରି ୫୩ନଂ ଜାତୀୟ ରାଜପଥ ଠାରୁ ୨କି.ମି ବ୍ୟବଧାନରେ ଏହି ସାହିଟି ଅନୁଷ୍ଠିତ ହୋଇଥିଲେ ମଧ୍ୟ ସେଠାକୁ ରୋଗୀସେବା ଯୋଗାଇବା ନିମନ୍ତେ ୧୦୮ ଯାଇପାରୁନାହିଁ । ଡାକ୍ତରଖାନାକୁ ନେବାକୁ ହେଲେ ଏକ ରୋଗୀକୁ କାନ୍ଧରେ ବୁହା ହୋଇ ୨ କି.ମି ରାସ୍ତା ନେବାକୁ ପଡୁଛି । ସେଠାରୁ ଗାଡି ଯୋଗେ ଚିକିତ୍ସା କେନ୍ଦ୍ରକୁ ଅଣାଯାଉଛି । ଏହି ନିକଟରେ ୨୨ ବର୍ଷର ଏକ ଝିଅର ମୃତୁ୍ୟ ହୋଇଥିବା ଜଣାଯାଇଛି । ହଠାତ୍ ରାତିରେ ତାର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ ତୁରନ୍ତ ଚିକିତ୍ସା କେନ୍ଦ୍ରକୁ ନେବାକୁ ଯୋଜନା କରାଯାଇ ବିଫଳ ହୋଇଥିଲେ । ୧୦୮ କୁ ଫୋନ୍ କରାଯାଇଥିଲେ ମଧ୍ୟ ରାସ୍ତା ନଥିବାରୁ ସେଠାରେ ୧୦୮ ପହଞ୍ଚôପାରି ନଥିଲା । ଏହି ଅବହେଳାର ଶିକାର ହୋଇ ଝିଅଟି ପ୍ରାଣ ହରାଇଥିଲା । ଏଥିନେଇ ଗ୍ରାମବାସୀଙ୍କୁ ପଚାରିଲେ ସେମାନେ କହନ୍ତି ସବୁଦିନେ ଏହି ସମସ୍ୟା ଲାଗିରହିଛି । ସାହିରେ ବିଜୁଳି ଆଲୁଅ, ରାସ୍ତା, ପିଲାମାନଙ୍କ ପାଇଁ ସ୍କୁଲ ଘର ଏପରିକି ସାହି ଲୋକମାନେ ରହିବା ପାଇଁ ଛାତ ଘର ନଥିବାରୁ ବହୁ ଅସୁବିଧାରେ ଆମ୍ଭେମାନେ କାଳତିପାତ କରୁଛୁ । ବର୍ଷାଦିନେ ତାହା ଦୁଇଗୁଣିତ ହେଉଛି । ଗ୍ରାମ ଚାରିପଟ ଯାଜ ବିଲ ଓ ଜଙ୍ଗଲ ରହିଥିବାରୁ ଶିଶୁ ଓ ପ୍ରସୂତୀ ମହିଳାଙ୍କୁ ଡାକ୍ତରଖାନା ନେବାକୁ ବହୁ ଅସୁବିଧା ସୃଷ୍ଟି ହୋଇଥାଏ । ସେଥିପାଇଁ ଅନେକ ସମୟରେ ଏହି ସାହିର ଶିଶୁ ଓ ପ୍ରସୂତୀମାନଙ୍କର ମୃତୁ୍ୟ ହୋଇଥାଏ । ଯଦି ସରକାରଙ୍କ ପକ୍ଷରୁ ଉକ୍ତ ସାହିକୁ ପକ୍କା ରାସ୍ତା, ବିଜୁଳି ଆଲୁଅ, ପିଲାଙ୍କ ପାଠପଢ଼ା ନିମନ୍ତେ ପକ୍କାଘର ଓ ସାହି ଲୋକଙ୍କ ନିମନ୍ତେ ପକ୍କଘର ଯୋଗାଇ ଦିଆଯାଆନ୍ତା ତେବେ ବଞ୍ଚôବାର ରାହା ମିଳିଯାଆନ୍ତା ବୋଲି ମୁଣ୍ଡା ସମ୍ପ୍ରଦାୟର ଲୋକମାନେ କହିଛନ୍ତି । ଆଜି କେବଳ ନୁଆଣିଆ ଚାଳ ଛପର ଘରେ ଜଙ୍ଗଲ କୋଳରେ ବାସ କରୁଛନ୍ତି ଏହି ଆଦିବାସୀ ସମ୍ପ୍ରଦାୟର ଲୋକମାନେ । ସେମାନେ ତାଙ୍କର ସମସ୍ତ ମୋ÷ଳିକ ସୁବିଧା ପାଇବାରୁ ବଞ୍ଚôତ । ମାତ୍ର ବିଜ୍ଞାପନ ଜରିଆରେ ଆଦିବାସୀମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେଉଥିବା ଜାଣିବାକୁ ମିଳୁଛି । କିନ୍ତୁ ବାସ୍ତବ ପକ୍ଷେ ତାହା କାର୍ଯ୍ୟକାରୀ ହେଉନାହିଁ । ଏହିଭଳି ଅବସ୍ଥା ପ୍ରତ୍ୟେକ ଆଦିବାସୀ ବସ୍ତିରେ ଦେଖିବାକୁ ମିଳୁଛି । ଧର୍ମଶାଳକୁ ପ୍ରଗତୀର ପ୍ରୟୋଗ ଶାଳା କୁହାଯାଉଥିବା ବେଳେ ଗରୀବ ଆଦିବାସୀମାନେ ଏହାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଧର୍ମଶାଳାରେ ଆଦିବାସୀଙ୍କ ପ୍ରତି ସେଭଳି କିଛି ଆଖି ଦୃଶିଆ ଯୋଜନା ପ୍ରଣୟନ କରାଯାଉନଥିବାରୁ ସେମାନେ ଅବହେଳିତ । ଏଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଯୋଜନା ଫଳପ୍ରଦ ହୋଇପାରୁନାହିଁ । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *