ଆମ ସଂସ୍କୃତି, କଳା ଓ ଐତିହ୍ୟ

ବୁଦ୍ଧ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବୈାଦ୍ଧ, ୧୦ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ଆସନ୍ତା ୩୦ତାରିଖ ସୋମବାର ବୈଶାଖ ପୁର୍ଣ୍ଣିମା ଅବସରରେ ବୁଦ୍ଧ ଜୟନ୍ତୀ କମଟି ପକ୍ଷରୁ ବୁଦ୍ଧ ଜୟନ୍ତୀ ପାଳନ କରିବା ନିମନ୍ତେ ଏନ୍.ଜି.ଓ.ସି.ସି. କର୍ମଚାରୀ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆବାହକ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସତ୍ୟ ନାରାୟଣ ହୋତା କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବୁଦ୍ଧଙ୍କ ନାମରେ ବୈାଦ୍ଧଜିଲ୍ଲାର ନାମକରଣ ହୋଇଥିବାରୁ ଏବଂ ୪ଗୋଟି ସ୍ଥାନରେ ବୈାଦ୍ଧକିର୍ତୀ ରହିଥିବାରୁ ଚଳିତ ବର୍ଷ ରାଜ୍ୟସ୍ତରୀୟବୁଦ୍ଧ ଜୟନ୍ତୀ ପାଳନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଉକ୍ତ ଦିନ ସହରରେ ବୁଦ୍ଧବାଣୀ ପ୍ରଚାର ପ୍ରସାର କରାଯିବା ସହିତ ବିଭିନ୍ନ ଐତିହାସିକ ବୈାଦ୍ଧପୀଠରେ ପୁଜା ଆରାଧନା କରାଯିବ । ସଂଧ୍ୟାରେ ରାମନାଥ ମନ୍ଦିର ଠାରୁ ଏକ ନୀରବ ଶୋଭାଯାତ୍ରା ବାହାରୀ ବୁଦ୍ଧ ପାର୍କଠାରେ ପହଂଚିବା ପରେ ସାଧାରଣ ସଭାର ଆୟୋଜନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏଥିନିମନ୍ତେ ଚନ୍ଦ୍ରଗିରିରୁ ବୈାଦ୍ଧଧର୍ମାବଲମ୍ବୀ ଓ ଗବେଷକମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ସହିତ ଯୋଗାଯୋଗ କରିବା ପାଇଁ ଆଲୋଚନା ହୋଇଥିଲା । ଏହି ବୈଠକରେ ରଜନୀକାନ୍ତ ଦାଶ, ବିଚିତ୍ରାନନ୍ଦ ସାହୁ, ଶଙ୍କର ମିଶ୍ର, ସମରେଶ ମିଶ୍ର, ଚିତରଂଜନ ଦାଶ, ସମୀର କୁମାର ସାହୁ, ଦିଲ୍ଲିପ କୁମାର ମହାପାତ୍ର, ରମେଶ ମେହେର, କୃତିବାସ ପଲିଆ, ଚନ୍ଦ୍ର ଶେଖର ମିଶ୍ର, ଶୁଭେନ୍ଦୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ନିଜ ନଜ ମତ ବ୍ୟକ୍ତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top