ଜିଲ୍ଲା ପରିକ୍ରମା

ବୁଦ୍ଧଙ୍କ ଚାରିପଟେ ଲାଗିଲା ନୋ ପାର୍କିଂ ହୋଡିଂ

ଯାଜପୁର, ୧୭/୫ (ଓଡିଆ ପୁଅ/ମାନସ ରାଉତ)- ହୀରକ ତ୍ରୀଭୂଜ ରନ୍ତଗିରି, ଉଦଗିରି, ଏବଂ ଲଳିତଗିରିକୁ ବହୁ ପ୍ରର୍ଯ୍ୟଟକ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକ ଦେଇ ଯାଇଥାନ୍ତି। ଏହାର ଦିଗ ଜାଣିବା ଏବଂ ପ୍ରାଚୀନ ପ୍ରର୍ଯ୍ୟଟନସ୍ଥଳୀର ଅବସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଚଣ୍ଡିଖୋଲ ଛକରେ ମଧ୍ୟସ୍ଥଳରେ ଏକ ବୁଦ୍ଧମୂର୍ତ୍ତି ସ୍ଥାପନା କରାଯାଇଛି। ହେଲେ ବର୍ଷତମାମ ଏହି ମୁର୍ତ୍ତି ଚାରିପଟେ ବିଭିନ୍ନ ରାଜନୈତିକ ଦଳ ଏବଂ ବ୍ୟକ୍ତିବିଶେଷ, ସରକାରୀ ବେସରକାରୀ ଅନୁଷ୍ଠାନ ମାନେ ବିଭିନ୍ନ ପର୍ବପର୍ବାଣୀ ସମୟରେ ତୋରଣ ଏବଂ ବ୍ୟାନର ମାନ ଲଗାଇଥାନ୍ତି। ଏପରକି କ୍ଷୁଦ୍ର ବ୍ୟବସାୟୀ ମାନେ ସମୟ ସମୟରେ ନିଜର ବ୍ୟବସାୟୀ ଅସ୍ଥାୟୀ ଦୋକାନ ପକାଇ ବ୍ୟବସ୍ଥାୟ କରିଥାନ୍ତି। ପ୍ରତିଦିନ ଏଠାରେ ଚାରିଚକିଆ ଯାନ ମଧ୍ୟ ପାର୍କିଂ ହୋଇଥାଏ। ଯାହା ଫଳରେ ଏଠାରେ ବିଶ୍ୱପ୍ରସିଦ୍ଧ ପ୍ରର୍ଯ୍ୟଟନ ସ୍ଥଳୀର ଅବସ୍ଥିତ ସମ୍ପର୍କରେ ବାହାରୁ ଆସୁଥିବା ଯାତ୍ରୀ ଏବଂ ପ୍ରର୍ଯ୍ୟଟକ ମାନେ ଜାଣିପାରନ୍ତି ନାହିଁ। କିଛିଦିନ ତଳେ ବଡଚଣା ପୋଲିସ ପକ୍ଷରୁ ନୋ ପାର୍କିଂ ଥିବା ହୋଡିଂ ଲଗାଯାଇ ଭଗବାନ ବୁଦ୍ଧଙ୍କୁ ସମ୍ମାନ ଜଣାଇ ଏହାର ସମ୍ମୁଖରେ ଗାଡି ପାର୍କି ନକରିବା ପାଇଁ ଏବଂ ଅଳିଆ ଅବର୍ଜନା ନପକାଇବା ପାଇଁ ନିବଦେନ କରାଯାଇଛି। ପୋଲିସର ଏଭଳି ପଦକ୍ଷେପକୁ ବୁଦ୍ଧିଜୀବି ମାନେ ପ୍ରଶଂସା କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top