ବୁଣାକାର ସଚେତନତା ଶିବିର

ନୟାଗଡ଼ ତା ୪/୧/୧୮ (ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ନୟାଗଡ ଜିଲ୍ଲା ରାଜସୁନାଖଳାସ୍ଥିତ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ଖେଳ ପଡିଆରେ ଆଜି ଦିନ ୧୦ଘଟିକା ସମୟରେ କେନ୍ଦ୍ର ସରକାରଙ୍କ ପାୱାର ତେକ୍ସ ଇଣ୍ଡିଆ ତରଫରୁ ପାୱାରଲୁମ୍ ବୁଣାକାର ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି। ଏହି ଶିବିରରେ ଭାରତ ସରକାରଙ୍କ କୋଲକାତାସ୍ଥିତ ଆଂଚଳିକ ଟେକ୍ସ ଟାଇଲ କାର୍ଯ୍ୟଳୟର ସହକାରୀ ନିଦ୍ଦେର୍ଶକ ପି.କେ. ଚୌଧୂରୀ, ନୟାଗଡସ୍ଥିତ ଟେକ୍ସ ଟାଇଲ କାର୍ଯ୍ୟାଳୟର ସହକାରୀ ନିଦ୍ଦେର୍ଶକ ଏସ.କେ.ପରିଡା ଓ ପାୱାରଲୁମ ସେବା କେନ୍ଦ୍ର, ଭାରତ ସରକାର ଚୌଦ୍ୱାର (କଟକରୁ) ଆସିଥିବା ଦକ୍ଷ ବୁଣାକାର ବାଲମୁରୁଗାନ୍ ଏହି ଶିବିରରେ ଯୋଗଦେଇ ବୁଣାଗାର ମାନଙ୍କୁ ଭାରତ ସରକାରଙ୍କର ପାୱାରଲୁମ ଉପରେ ମିଳୁଥିବା ସମସ୍ତ ଯୋଜନା ଯଥା ପାୱାରଲୁମ ର ଆଧୁନୀକରଣ ଓ ଏ କ୍ଷେତ୍ରରେ ମିଳୁଥିବା ସରକାରୀ ସହୟତା ଉପରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ତେବେ ସରଳ ପାୱାରଲୁମକୁ ଆଧୁନୀକିକରଣ କରିବା ପାଇଁ ହେଉଥିବା ଖର୍ଚ୍ଚ ବାବଦରେ ସାଧାରଣ ବର୍ଗଙ୍କୁ ୫୦ପ୍ରତିଶତ ରିହାତି, ଅନୁସୂଚିତ ଜାତିଙ୍କୁ ୭୫ପ୍ରତିଶତ ଓ ଅନୁସୂଚିତ ଜନଜାତିଙ୍କୁ ୯୦ପ୍ରତିଶତ ସହୟତା ଦେବା ସହ ବିଭିନ୍ନ ପ୍ରକାରଯୋଜନା ବିଷୟରେ କେନ୍ଦ୍ରସରକାର ବୁଣାକାରମାନଙ୍କୁ ଯୋଗାଇ ଦେଉଥିବା ଅଧିକାରୀମାନେ ସଚେତନ କରାଇଥିଲେ। ଏହିଶିବିରରେ ରାଜସୁନାଖଳା ଗ୍ରାମ ପଂଚାୟତର ୧୦୦ରୁ ଅଧିକ ବୁଣାକାର ଯୋଗଦେଇଥିଲେ ଏବଂ ବୁଣାକାରମାନଙ୍କପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *