ବୁଢ଼ୀକାପୁଡି ଓ ରାଜନଗର ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

ତୁରୁମୁଙ୍ଗା ୧୭-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) ପାଟଣା ବ୍ଲକ ବୁଢ଼ୀକାପୁଡି ଓ ରାଜନଗର ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବୁଢ଼ୀକାପୁଡି ପଞ୍ଚାୟତରେ ମଧୁବାବୁ ପେନସନ ଯୋଜନାରେ ୧୨୮ ଜଣଙ୍କୁ ଭତ୍ତା ଵଣ୍ଟନ କରାଯିବା ସହିତ ୨୦୦ ଜଣ ହିତାଧିକାରୀଙ୍କୁ ଏଲ.ଇ.ଡି ବଲ ବଣ୍ଟନ କରାଯାଇଥିଲା। ବୁଢ଼ିକାପୁଡି ପଞ୍ଚାୟତରେ ସରପଞ୍ଚ ଯଦୁମଣି ନାଏକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ପଣ୍ଡା, କନିଷ୍ଠ ଯନ୍ତ୍ରୀ ପ୍ରତାପ କୁମାର ବେହାରି, ସମିତି ସଭ୍ୟ ଡମ୍ବୁରୁଧର ମହାନ୍ତ, ମିଶନ ଶକ୍ତିର ବ୍ଲକ କୋଡ଼ିନେଟର ରାଜେଶ କିଣ୍ଡା, ଗ୍ରାମ କୃଷି ଅଧିକାରୀ ଦମୟନ୍ତି ମହାନ୍ତ, ମହିଳା ସ୍ୱାସ୍ଥ୍ୟ କର୍ମୀ ବିମଳା ମହାନ୍ତ, ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ରାଜନଗର ପଞ୍ଚାୟତରେ ୪୦୦ଏଲ.ଇ.ଡି.ବଲ୍ବ ବଣ୍ଟନ କରାଯିବା ସହିତ ୬ ଜଣ ନିର୍ମାଣ ଶ୍ରମିକଙ୍କୁ ୫୪ ହଜାର ଟଙ୍କା ଓ ୨୭ ଟି ଏସ,ଏଚ,ଜି ଗ୍ରୁପ ର ସଦସ୍ୟା ଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ବଣ୍ଟନ କରାଯାଇଥିଲା। ପାଟଣା ସି.ଡି.ପି.ଓ ତ୍ତିଲୋତ୍ତମା ମହାପାତ୍ର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନନ୍ଦ ଚନ୍ଦ୍ର ପଣ୍ଡା, ସରପଞ୍ଚ ସରସ୍ୱତୀ ନାଏକ, ରାଜନଗର ରାଜସ୍ୱ ନିରୀକ୍ଷକ ଭବାନୀ ଶଙ୍କର ରାଉତ, ବିଜୁ ଯୁବବାହିନୀ ବ୍ଲକ ସଂଯୋଜିକା ବେବିରାଣୀ ମହାପାତ୍ର, ବି.ଏଲ.ସି ମୃତ୍ୟୁଞ୍ଜୟ ମିଶ୍ର ଏବଂ ବିଜୁ ଯୁବବାହିନୀର ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
