ad
ଓଡ଼ିଶା

ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ବିମାନ ଚଳାଚଳ ପାଇଁ ହୋଇଥିବା ନିଷ୍ପତ୍ତିକୁ ସ୍ୱାଗତ କଲେ ବିଶିଷ୍ଟ ପ୍ରବାସୀ ଓଡିଆ ନାଗରିକ

ସମ୍ବଲପୁର ତା.୩୦.୦୧ (ଓଡ଼ିଆ ପୁଅ) ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ସ୍ଥାପନ ଏବଂ ଏଠାରେ ଦେଶ ବିଦେଶକୁ ନିୟମିତ ବିମାନ ଚଳାଚଳ ପାଇଁ ୟୁନାଇଟେଡ ଆରବ ଏମିରେଟସ୍ – ୟୁଏଇରେ ବସବାସ କରୁଥିବା ପ୍ରାବାସୀ ଓଡିଆମାନେ ଦୀର୍ଘଦିନ ହେଲା ସ୍ୱର ଉତ୍ତଳୋନ କରି ଆସୁଥିଲେ। ଏବେ ଏହି ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ସାମିଲ କରାଯାଇ ନିୟମିତ ଭାବେ ଦିଲ୍ଲି, ମୁମ୍ବାଇ, କୋଲକତା, ହାଇଦ୍ରାବାଦ, ଭୁବନେଶ୍ୱର ଏବଂ ରାୟପୁରକୁ ଯାତ୍ରୀବାହି ବିମାନ ଚଳାଇବା ପାଇଁ କରାଯାଇଥିବା ନିଷ୍ପତ୍ତିକୁ ପ୍ରବାସୀ ଓଡିଆ ନାଗରିକମାନେ ସ୍ୱାଗତ କରିଛନ୍ତି। ଏବେ ଦୁବାଇରୁ ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ଦେଶରୁ ବିମାନ ଚଳାଚଳ ପାଇଁ ଉଦ୍ୟମ କରାଗଲେ ପ୍ରକଳ୍ପ ସଫଳ ହେବ ବୋଲି ଦୁବାଇ ଇଣ୍ଟରନେସନାଲ ସିପିଙ୍ଗ ଓ ଲଜିଷ୍ଟିକର ସି.ଇ.ଓ. ସୌମ୍ୟରଞ୍ଜନ ପଟ୍ଟନାୟକ, ୟୁପ୍ରୋ ଗ୍ରୁପ କମ୍ପାନୀର ଜିଏମ୍ ପ୍ରିୟଦର୍ଶି ପାଣିଗ୍ରାହୀ, ଏସ.ପି.ଜୈନ ସ୍କୁଲ ଅଫ ଗ୍ଲୋବାଲ ମେନଜମେଣ୍ଟର ରାଜେଶ ତ୍ରିପାଠୀ, ଏନଭେଣ୍ଟର ନିର୍ଦ୍ଦେଶକ ମାନସ ପଣ୍ଡା, ଭିଏସଏଫ ତାସିଲର ସହଯୋଗୀ ମୁଖ୍ୟ – ଆଇନ ଅରବିନ୍ଦ ବିଶ୍ୱାଳ, ତୁରାୟା କମିନିକେସନସ୍ର ରଜତ ରଥ ଗୁରୁତ୍ୱ ଆରୋପ କରିଛନ୍ତି। ହୀରାକୁଦ ଡ୍ୟାମ, ଆଇଆଇଏମ୍, ଭିଏସଏସୟୁଟି, ଭିମସାର ସହିତ ପଶ୍ଚିମ ଓଡିଶାରେ ଅନେକ ଆକର୍ଶଣୀୟ ପର୍ଯ୍ୟଟନ ସ୍ଥଳ ପ୍ରଭୃତି ସ୍ଥାନକୁ ବିମାନ ଯୋଗାଯୋଗ ଯୋଗୁଁ ଲୋକଙ୍କ ଯିବାଆସିବା ବୃଦ୍ଧି ପାଇବ। ଯଦ୍ୱାରା ଅଞ୍ଚଳର ଅର୍ଥନୀତି ଗତିଶୀଳ ହେବ। ଏହି ପ୍ରତିନିଧି ଦଳ ପୂର୍ବରୁ ଝାରସୁଗୁଡା ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁବାଇର ଭାରତୀୟ କନସୁଲ ଜେନେରାଲ ଶ୍ରୀ ବିପୁଲ ପ୍ରମୁଖଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏପରି କି ଆଗକୁ ପ୍ରବାସୀ ଓଡିଆ ପ୍ରତିନିଧି ଦଳ ଝାରସୁଗୁଡାକୁ ସିଧା ସଳଖ ଆନ୍ତର୍ଜାତିୟ ବିମାନ ଯୋଗାଯୋଗ ପାଇଁ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top