ପୁରୀ:୨/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଭାରତୀୟ ଜୀବନ ବୀମା ନିଗମ ପୁରୀ ଶାଖା ପକ୍ଷରୁ ପାଳିତ ହୋଇଛି ୬୨ତମ ବୀମା ସପ୍ତାହ ଶାଖା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବକୁ ଏସ୍ସିଏସ୍ କଲେଜର ପ୍ରଫେସର ମହେନ୍ଦ୍ର କୁମାର ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ରୂପେ ଉଦ୍ଘାଟନ କରିଥିଲେ। ପରେ ନିଗମ ସଙ୍ଗୀତ ଗାନ କରାଯାଇଥିଲା। ଶ୍ରୀ ମିଶ୍ର ଉତ୍ସବରେ ଉଦବୋଧନ ଦେଇ ଭାରତୀୟ ଜୀବନ ବୀମା ନିଗମର ପ୍ରଗତି ଓ ବିକାଶ ସମ୍ପର୍କରେ ଆଲୋକପାତ କରିବା ସହ ଜୀବନ ବୀମା ଲୋକମାନଙ୍କର ଆସ୍ଥାଭାଜନ ହୋଇପାରିଛି ବୋଲି ଦର୍ଶାଇଥିଲେ। ଶାଖା ପରିଚାଳକ ଧରଣୀ ଧର ମଲ୍ଲିକ ଜୀବନ ବୀମା ନିଗମର ୬୨ବର୍ଷର ଜନକଲ୍ୟାଣ ନିଗମ ନିର୍ମାଣରେ ଅଧଧି ସମ୍ପର୍କରେ ଆଲୋକପାତ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଉତ୍ସବରେ ଉନ୍ନୟନ ଅଧିକାରୀ ଅମିତ୍ ଗୁପ୍ତା, ବିଜୟ ଶଙ୍କର ମାଲୁ, ବିଜୟ କୃଷ୍ଣ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିବା ବେଳେ ନରେନ୍ଦ୍ର ଜେନା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Loading...