ବୀମା ଟଙ୍କା ନ ପାଇ ଚାଷୀ ହତାଶ

କରଞ୍ଜିଆ ୫/୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ସରକାର ଚାଷ ଏବଂ ଚାଷୀ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି ହେଲେ ତାହା କେତେ ସଫଳ ରୂପାୟନ ହେଉଛି ଏହି ଘଟଣାରୁ ଅନୁମେୟ। ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡର ବହୁ ସଂଖ୍ୟକ ଚାଷୀ ୨୦୧୬/୧୭ ରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ଫସଲ ବୀମା କରିଥିଲେ, ତେବେ ଚଳିତବର୍ଷ ଅଦିନିଆ ବର୍ଷା ସାଙ୍ଗକୁ ଚକଡ଼ା ପୋକ ଦ୍ବାରା ପାଞ୍ଚପିଢ଼ ଅଞ୍ଚଳରେ ସରକାରୀ ସୂଚନା ଅନୁଯାୟୀ ୩୦/୪୦ ହେକ୍ଟର ଚାଷଜମି ନଷ୍ଟ ହଇଥିବା ଜିଲ୍ଲା କୃଷି ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି, ସେହିପରି କରଞ୍ଜିଆ ସମବାୟ ସମିତିରେ ୯୭୬ ଜଣ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହୋଇଥିଲେ ସୁଦ୍ଧା କୌଣସି ଚାଷୀଙ୍କୁ ଫସଲ ବୀମା ଟଙ୍କା କିମ୍ବା ଚକଡ଼ା ପୋକ ଦ୍ବାରା ଫସଲ ହାନିର କୌଣସି ଚାଷୀକୁ ଟଙ୍କା ଟିଏ ନ ମିଳିବା ସରକାରଙ୍କ ପାରିବା ପଣିଆ ପଦାରେ ପଡିଛି।

ତେବେ ଏପରି ଏକ ଘଟଣା ଘଟିଛି କରଞ୍ଜିଆ ବ୍ଲକ ବଦଦେଉଳି ଗ୍ରାମ ପଞ୍ଚାୟତ ବାଲିପସି ଗ୍ରାମରେ ଉକ୍ତ ଗ୍ରାମର ସମୀର ସାହା ଏବଂ ସଞ୍ଜୟ ସାହା ୨୦୧୬/୧୭ ଆର୍ଥିକ ବର୍ଷରେ ସମବାୟ ସମିତିରୁ ୫୦/୫୦ ହଜାର ଟଙ୍କା ଋଣ ନେଇ ନିଜର ପୈତୃକ ସମ୍ପତି ୪/୪ ଏକର ଜମି ରେ ଧାନ ଚାଷ କରିଥିଲେ। ତେବେ ଗତ ସେପ୍ଟେମ୍ବର ମାସରେ ଅଦିନିଆ ବର୍ଷାରେ ଚାଷ କରିଥିବା ସମସ୍ତ ଧାନ ଫସଲ ନଷ୍ଟ ହଇଯାଇଥିଲା। ଫସଲ ନଷ୍ଟ ହେବା ସୂଚନା ସ୍ଥାନୀୟ ଜିଲ୍ଲା କୃଷି ଅଧିକାରୀ ଏବଂ ଫସଲ ବୀମା ସଂସ୍ଥା ଟାଟା. ଏ.ଆଇ. ଜି. କୁ ସଙ୍ଗେ ସଙ୍ଗେ ଜଣାଇ ଥିଲେ ଏବଂ ବୀମା ସଂସ୍ଥାର ଅଧିକାରୀଙ୍କ ସହିତ ବିଭାଗୀୟ ଅଧିକାରୀ ମଧ୍ୟ ଯାଇ ଫସଲ ହାନି ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ପରିତାପର ବିଷୟ ସେପଟୁ ଡାକ ଯୋଗେ ଚାଷ କ୍ଷୟକ୍ଷତିର ବୀମା ଟଙ୍କା ସମ୍ପର୍କରେ ସୂଚନା ଦିଆ ଯାଇଥିଲା କି ଅଳ୍ପ ଦିନ ମଧ୍ୟରେ ନିଜର ବୀମା ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ ହେଲେ ଦିନ ପରେ ଦିନ ଗୋଡି ଚାଲିଛି ଆଜି ପର୍ଯ୍ୟନ୍ତ ବୀମା ଟଙ୍କା ନ ଆସିବା ଚାଷୀଙ୍କୁ ହତାଶା କରିଛି। ବର୍ତ୍ତମାନ ଆଉ କିଛି ଦିନ ପରେ ଚଳିତବର୍ଷର ଧାନ ଚାଷ ଆରମ୍ଭ ହବ ହେଲେ ଚାଷୀ ପାଖରେ ଗୋଟାଏ ମୁଠା ବି ଧାନ ବିହନ ନାହିଁ କଣ କରିବେ ଚାଷୀ ? ଯଦି ଅଳ୍ପ ଦିନ ମଧ୍ୟରେ ଚାଷୀଙ୍କୁ ତାଙ୍କର ବୀମା ଟଙ୍କା ପ୍ରଦାନ ନ କରାଯାଏ ତେବେ ସେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି କ୍ଷୋଭର ସହିତ କୁହିଛନ୍ତି।

Leave a Reply

Your email address will not be published. Required fields are marked *