ବୀଣାପାଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ – ମା ବିଶେଇପାଟ କ୍ଲବ ଚମ୍ପିୟାନ

ପାଟଣା,ତା୧୨/୧୧(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବଲାଣିପଶି ଗ୍ରାମରେ ବୀଣାପାଣି ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ବୀଣାପାଣି କ୍ରିକେଟ ପ୍ରତିଯୋଗିତାର ଫାଇନାଲ ଖେଳରେ କେନ୍ଦୁଝରର ମୁନା ଏକାଦଶକୁ ପରାସ୍ତ କରି ଭଗପଶିର ମା’ ବିଶେଇପାଟ କ୍ଲବ ଚମ୍ପିଆନ୍ ହୋଇଛି । ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ତଥା ଯୁବ ବିଜେଡି ସଭାପତି ଜଗନ୍ନାଥ ନାଏକ ଯୋଗଦେଇ ଚମ୍ପିଆନ୍ ମା’ ବିଶେଇପାଟ କ୍ଲବକୁ ପୁରସ୍କାର ଆକାରରେ ଟ୍ରଫି ସହ ନଗଦ ୭୫୦୦ଟଙ୍କା ଓ ରନର୍ସଅପ୍ ମୁନା ଏକାଦଶକୁ ଟ୍ରଫି ସହ ନଗଦ ୫୫୦୦ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସୁରେନ୍ଦ୍ରନାଥ ମହାନ୍ତ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ, ଉମାକାନ୍ତ ମହାନ୍ତ ଓ ନାଏବ ସରପଞ୍ଚ ଚମ୍ପାବତୀ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ଫାଇନାଲ ଖେଳକୁ ଅମ୍ପାୟାର ଚନ୍ଦ୍ରମୋହନ ମହାକୁଡ ଓ ନବୀନ କାରୁଆ, ଧାରା ବିବରଣୀରେ ଟଙ୍କଧର ମହାନ୍ତ ଓ କୁନା ପାତ୍ର ଦାୟୀତ୍ୱ ନିର୍ବାହ କରିଥିଲେ । ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ବୀଣାପାଣି ଯୁବକ ସଂଘର ଅଭିମନ୍ୟୁ ମହାନ୍ତ, ସହଦେବ ମହାନ୍ତ, ପପୁ ମହାନ୍ତ ଓ ଅନ୍ୟାନ୍ୟ ସଦସ୍ୟମାନେ ପ୍ରତିଯୋଗିତା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *