ଓଡ଼ିଶା

ବି.ଜେ.ଡି ରେ ଯୋଗ ଦେଲେ ମହିଳା ଓ ଯୁବଗୋଷ୍ଠୀ

ସମ୍ବଲପୁର ୪ ଜୁନ୍ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) ରବିବାରଦିନ ଏକ ଅନୌପଚାରିକ ବୈଠକରେ ସ୍ଥାନୀୟ ଦେହେଁରିପାଲି, ଭୁତାପଡା, ବଡ଼ବଜାର, ଝଙ୍କାରପଡା ଅଂଚଳର ୧୫୦ ରୁ ଉର୍ଦ୍ଧ ମହିଳା, ଯୁବକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଶାନ୍ତି ନଗର ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଯୋଗଦାନ ପର୍ବରେ ସମ୍ବଲପୁର ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଏବଂ ଜିଲ୍ଲା ସଭାପତି ଡ. ପ୍ରମୋଦ ରଥ ଉପସ୍ଥିତି ରହି ଯୋଗଦେଇଥିବା ମହିଳା ଓ ଯୁବକ ମାନଙ୍କୁ ସ୍ୱାଗତ କରିଥିଲେ। ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ସ୍ଥାନୀୟ ବିଧାୟିକାଙ୍କ ବଳିଷ୍ଠ ନେତୃତ୍ୱରେ ଅନୁପ୍ରାଣିତ ହୋଇ ସମ୍ବଲପୁରର ବିକାଶ ମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ସେମାନେ ବିଜେଡିରେ ଯୋଗ ଦେଇଥିବା ସେମାନେ ପ୍ରକାଶ କରିଥିଲେ। ଏହି ଯୁବକ ଓ ମହିଳା ମାନଙ୍କ ମଧ୍ୟରେ ଦେହେଁରିପାଲି ଅଞ୍ଚଳର ସୁକାନ୍ତି ଭୋଇ, ପୁଷ୍ପା କେର୍କେଟା, ଗୁରୁବାରୀ ମୁଣ୍ଡା, ସୁନି ମୁଣ୍ଡା, ଦୀପ ମୁଣ୍ଡା, ଅନୁପମା ମୁଣ୍ଡା, ମିନିକ ମୁଣ୍ଡା, ମନ୍ଦାକିନୀ ମୁଣ୍ଡା, ସୁଷମା ମୁଣ୍ଡା, ରାଜେଶ୍ୱରୀ ମୁଣ୍ଡା, ଫଗାନି ମୁଣ୍ଡା, ସନ୍ତୋଷିନୀ ମୁଣ୍ଡା, ବନିତା ମୁଣ୍ଡା, ସନ୍ତା ମୁଣ୍ଡା, ସରୋଜିନୀ ମୁଣ୍ଡା, ରଙ୍ଗ ଭୋଇ, ଭୁତାପଡା ଅଂଚଳର ତୁଳସୀ ମୁଣ୍ଡା, ରାକ୍ଷୀ ମୁଣ୍ଡା, ତୁନି ମୁଣ୍ଡା, ସୁମିତା ମୁଣ୍ଡା, ସାଉଁରି ମୁଣ୍ଡା, ରୀନା ମୁଣ୍ଡା, ଗୋପାଳ ମୁଣ୍ଡା, ସଙ୍ଗୀତା ମେହେର, କଳ୍ପନା ମୁଣ୍ଡା, ସୁରେନ୍ଦ୍ରୀ ମୁଣ୍ଡା, ନିରୁପମା ବାଗ, ମାନିନୀ ବାଗ, ପୁର୍ଣିମା ମୁଣ୍ଡା, ସୁକି ମୁଣ୍ଡା, ବନି ମୁଣ୍ଡା, ଝଙ୍କାରପଡା ଅଂଚଳର ଵିଶ୍ଵାକା ଗୋଲଦାର ଏବଂ ବଡ ବଜାର ଅଂଚଳର ଅଵିଦ ଅଲି, ଚିଣ୍ଟୁ ସାହୁ, ଅଜୟ ସାହୁ, ଦୀପ୍ତି ରଞ୍ଜନ ମଲ୍ଲିକ, ସାନିସ ବିଶ୍ୱକର୍ମା, ଚିକୁ ସାହୁ, ଉମେଶ ସାହୁ, ରୋଶନ କୁଷ୍ଠା, କାର୍ତିକ ଗଣ୍ଡା, ଗୁଡ଼ାମା ସୁନା, ବାବୁ ପ୍ରମୁଖ ଥିଲେ। ସମ୍ବଲପୁର ଟାଉନ ସଭାପତି ପ୍ରଫୁଲ୍ଲ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ରାମନାଥ ସାହୁ, ହାଲିମ ଖାଁ, ପ୍ରଦୋଷ ମହାନ୍ତି, ଶୁଭେନ୍ଦୁ ସିଂଦେଓ, କୈଳାଶ ମୁଣ୍ଡା ପ୍ରମୁଖ ନେତୃତ୍ୱ ନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top