ବି.କେ.ଟ୍ରେଡ଼ର୍ସ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

ତାଳଚେର, ୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବି.କେ.ଟ୍ରେଡ଼ର୍ସ ତଥା ରୁଚି ମସଲା ଡିଲର ବନ୍ତଳା, ଅନୁଗୋଳ ପକ୍ଷରୁ ଆଜି ପୂର୍ବାହ୍ନରେ ତାଳଚେର ହାଟତୋଟାସ୍ଥିତ ହୋଟେଲ ବୃନ୍ଦାବନ ସମ୍ମିଳନୀ କକ୍ଷଠାରେ ଏକ ବନ୍ଧୁ ମିଳନ ତଥା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବି.କେ.ଟ୍ରେଡ଼ର୍ସ ସହ ୩୩ ବର୍ଷର ସଫଳତାର ଯାତ୍ରାରେ ସହଯୋଗୀ ପାଲଟିଥିବା ତାଳଚେର ବଡ଼ ବଜାର, ହାଟତୋଟା, ଡେରା, ଜାମ୍ବୁବାହାଳୀ, ଥର୍ମାଲ, ସାଉଥବଲଣ୍ଡା, ଶର୍ମାଛକ ଆଦି ଅଂଚଳର ବ୍ୟବସାୟୀ, ରିଟେଲର, ହୋଲସେଲରମାନେ ଏଥିରେ ଯୋଗ ଦେଇ ଭାବ ବିନିମୟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂରୀ ଗୋବର୍ଦ୍ଧନ ପୀଠାଧୀଶ ଶ୍ରୀମଦ୍ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କର ରାଷ୍ଟ୍ରୀୟ ସମ୍ପର୍କ ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସମାଜସେବୀ ସୁଶାନ୍ତ କୁମାର ତ୍ରିପାଠୀ, ଆୟକର ବିଭାଗୀୟ ବରିଷ୍ଠ ଆଇନଜୀବୀ ତଥା ଆଗଧାଡ଼ିର ଲେଖକ ରୁଚିର କୁମାର ପାଣିଗ୍ରାହୀ ଏବଂ ବରିଷ୍ଠ ଚାଟାର୍ଡ଼ ଆକାଉଂଟାଂଟ ସନ୍ତୋଷ କୁମାର ଦେହୁରୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ବ୍ୟବସାୟିକ ବନ୍ଧୁମାନେ ଏକତା, ସୈାହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ, ସାମାଜିକ ଦାୟିତ୍ୱବୋଧ ଭିତରେ ନିଜର ବ୍ୟବସାୟକୁ ବଢ଼ାଇବା ପାଇଁ ଏହି ଅବସରରେ ଅତିଥିଗଣ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବ୍ୟବସାୟୀ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆଖପାଖ ଅଂଚଳକୁ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା, ସମାଜର ଉତ୍ଥାନ ଦିଗରେ କାର୍ଯ୍ୟ କରିବା, ଗରିବ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା, ଗୋମାତା ସେବା କରିବା ଉପରେ ମଧ୍ୟ ବ୍ୟବସାୟୀମାନେ ଧ୍ୟାନକେନ୍ଦ୍ରିତ କରିବା ଆବଶ୍ୟକ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ। ସେହିପରି ବ୍ୟବସାୟୀ ବନ୍ଧୁମାନେ ଜି.ଏସ.ଟି.ର ନୀତି ନିୟମ ମାନି ବ୍ୟବସାୟ କରିବା ଏବଂ ସଠିକ୍ ସମୟରେ ଟ୍ୟାକ୍ସ ରିଟର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବ୍ୟବସାୟୀ, ରିଟେଲର ଆଦିଙ୍କୁ ବି.କେ. ଟ୍ରେଡ଼ରସ ତରଫରୁ ମାନପତ୍ର, ଉତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା। ବି.କେ.ଟ୍ରେଡ଼ର୍ସ ଫାର୍ମର ପରିଚାଳକ ବସନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପଣ୍ଡିତ ମହେଶ କୁମାର ସାହୁ ମଂଚ ପରିଚାଳନା କରିଥିବା ବେଳେ ଅଦୈତ୍ୟ କୁମାର ପୃଷ୍ଟି, ନିରୋଦ କୁମାର ରାଉତ, କେଶବ ଚନ୍ଦ୍ର ବେହେରା, ରଣଜିତ ଦେହୁରୀ, ଅରୁଣ ପ୍ରଧାନ, ଧନେଶ୍ୱର ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟକୁ ସୂଚାରୂ ଭାବେ ତୁଲାଇବାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *