ବି.ଏମ. ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉସ୍ôବ ପାଳିତ

ଭଦ୍ରକ, ୩ା୨ (ଓଡ଼ିଆପୁଅ  / ପ୍ରମୋଦ ରାୟ) : ବି.ଏମ. ପବ୍ଲିକ ସ୍କୁଲ ହଳଦୀଡ଼ିହ ଠାରେ ବାର୍ଷିକ କ୍ରୀଡ଼ା ଉସ୍ôବ ମଦିନା ମଇଦାନ ପରିସରରେ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ସେକ ବାବୁଜାନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମକୁ କରିବା ସହ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ଭାବେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ ସେକ ଅଜିଜୁ୍ଲ୍ଲା କାଦରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନେ ବିଭିନ୍ନ ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ, ସଟଫୁଟ, ମୁ୍ୟଜିକ ଚେୟାର, ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରତିପାଦ କରି କ୍ରମ ଅନୁସାରେ ଟ୍ରଫି ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଓସିମ ଅଖତର ଖାନ, ଅମିତାଭ ଦେ, ଜିସାନ ପରୱିନ, ଫରିଦା ବେଗମ, ସବାନା କାଦରୀ, ସହିନା ଖାତୁନ, ଇତେସାମ, ଫଇମିଦା ବେଗମ, ସାଜିଆ, ନମିତା ମିଶ୍ର, ହାଫିଜ ଓ ଜାକିର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ଓ ଏହି ଅବସରରେ ଭଦ୍ରକ ଜିଲ୍ଲା ମୁଖ୍ୟଚିକିସ୍ôାଳୟରେ ରୋଗୀ ମାନଙ୍କ ଫଳ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *