ଓଡ଼ିଶା

ବି.ଇ.ଡି ଶିକ୍ଷକ ମହାସଂଘ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭକୁ ନେଇ ପ୍ରସ୍ତୁତି ବୈଠକ

ହରିଚନ୍ଦନପୁର, ୦୮ସେପ୍ଟେମ୍ବର(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ବି ଇ ଡି ଶିକ୍ଷକ ମହାସଂଘ ଓଡିଶାର ହରିଚନ୍ଦନପୁର ବ୍ଲକ ଶାଖାର କର୍ମକର୍ତାମାନେ ଓଡିଶା ସରକାରଙ୍କ ବିରୋଦ୍ଧରେ ବିକ୍ଷୋଭ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହରିଚନ୍ଦନପୁର ନୋଡାଲ ଉ.ପ୍ରା ବିଦ୍ୟାଳୟରେ ସଭାପତି ଶ୍ରୀଯୁକ୍ତ ଶିରିଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ବର୍ଗର ବି.ଇ.ଡି ଶିକ୍ଷକ ଶିକ୍ଷୟତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଆଗାମୀ ୧୦/୯/୨୦୧୮ ରିଖରେ ୬ଦଫା ଦାବିକୁ ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ତାହାକୁ ନେଇ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବିକ୍ଷୋଭସ୍ଥଳରେ ଉପସ୍ଥିତ ରହି ସହଯୋଗ କରିବାକୁ ସଭାପତି ନିବେଦନ କରିଥିଲେ। ସୂଚନା ମୁତାବକ ଶିକ୍ଷକମାନଙ୍କ ଦାବି ଅନୁଯାୟୀ (୧) ଉଚ୍ଚ ପ୍ରାଥମିକ (ଷଷ୍ଠ, ସପ୍ତମ, ଅଷ୍ଟମ)ବିଦ୍ୟାଳୟ ପାଇଁ ସମୁବିତ ଶିକ୍ଷକ ମଣ୍ଡଳୀ ଘୋଷଣା କରାଯାଇ ବିଷୟଭିତିକ ଶିକ୍ଷକ ଭାବେ ବି.ଏଡ୍ ଭିତିକରେ ନିଯୁକ୍ତ ଶିକ୍ଷକମାନଙ୍କୁ ଅବସ୍ଥାପିତ କରାଯାଇ, ସେମାନଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା (ମୂଳଦରମା ୯.୩୦୦/- + ଗ୍ରେଡ୍ ପେ ୪୬୦୦/-)କୁ ହିସାବକୁ ନିଆଯାଇ ସପ୍ତମ ବେତନ ଆଧାରରେ ସଂଶୋଧିତ ଦରମା ପ୍ରଦାନ କରାଯାଉ।(୨) ୧.୭.୨୦୧୪ରିଖର ସଂଶୋଧିତ କ୍ୟାଡର ରୋଲକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଉ। (୩) ବି.ଏଡ୍ କନିଷ୍ଠ ଶିକ୍ଷକମାନଙ୍କର ୬ବର୍ଷର ଅଭିଜ୍ଞତାକୁ ଚାକିରୀକାଳ ସହ ସଂଯୋଗ କରାଯାଇ ବିଏଡ୍ ଆଧାରରେ ନିଯୁକ୍ତି କନିଷ୍ଠ ଶିକ୍ଷକ ଚୁକ୍ତି ଭିର୍ତିକ ଓ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିନାଙ୍କରୁ ଏଡ୍ଲୁ ଓ ପିଏବି ୨୦୧୮ ସୁପାରିଶ ଅନୁସାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ପାରିଶ୍ରମିକ ଟ୧୬, ୭୦୦ଙ୍କା ପ୍ରଦାନ କରାଯାଉ। (୪) ୨୦୦୫ ମସିହା ପରେ ନିଯୁକ୍ତ ଶିକ୍ଷକମାନଙ୍କ ପାଇଁ ପୁରୁଣା ପେନସନ୍ ନୀତି ପ୍ରଚଳନ କରାଯାଉ। (୫) ବଦଳି ନୀତିକୁ ସରଳୀକରଣ କରାଯାଇ ସମସ୍ତ ବର୍ଗର ଶିକ୍ଷକମାନଙ୍କୁ ବଦଳି କରାଯାଉ। (୬) ଚାକିରୀ କାଳ ମଧ୍ୟରେ ମୃତ୍ୟୁବରଣ କରୁଥିବା କନିଷ୍ଠ ଶିକ୍ଷକ ଓ ଚୁକ୍ତିଭିର୍ତିକ କନିଷ୍ଠ ଶିକ୍ଷକମାନଙ୍କୁ ଦୁଇଲକ୍ଷ ପରିବାରଙ୍କୁ ୧୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ତାଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବାର ଦାବି ରଖିଛନ୍ତି। ଏହି କାର୍ଯ୍ୟକ୍ରମରେ ବି.ଏଡ୍ ସଂଘର ଗୋପବନ୍ଧୁ ବେଜ୍, ତ୍ରିନାଥ ମାଝୀ, ପ୍ରଦିପ୍ତ କୁମାର ସାହୁ, ଉମାକାନ୍ତ ରାଉତ, ରାଜ କିଶୋର ଜେନା, ଉମେଶ ଚନ୍ଦ୍ର ମହାନ୍ତ, ଶିବ ଚରଣ ସାହୁ, କୁଞ୍ଜ ବିହାରୀ ମହାନ୍ତ, ବିରେନ୍ଦ୍ର କୁମାର ସାହୁ, ରତ୍ନାକର ନାୟକ, ବୈରାଗୀ ସିଂ, ଶ୍ୟାମସୁନ୍ଦର ମହାନ୍ତ, ସୁଜତା ପ୍ରଧାନ, ଅନାମ ଚରଣ ଜେନା, ବିଭୁତି ଭୂଷଣ ରାଉତ, ବିଦ୍ୟୁତପ୍ରଭା ସାହ, ଜୀବନ ବଲ୍ଲଭ ମହାନ୍ତି, ନିର୍ମଳ ଚନ୍ଦ୍ର ସାହୁ, ବିନୋଦ କୁମାର ମାଝୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top