ad
ଓଡ଼ିଶା

ବିଷ ଇଞ୍ଜେକସନ ଦେଇ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ମାମାଲା : ଲଜ୍ଜା ଓ ଗିରଫ ଭୟରେ ଦିଅର ଭାଉଜ ପ୍ରେମିଯୁଗଳଙ୍କ ଟ୍ରେନରେ କଟି ଆତ୍ମହତ୍ୟା

ଖଡିଆଳ/ନୂଆପଡା-୧୫.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ଥାନା ଡୁଆଝର ଗ୍ରାମରେ ପ୍ରେମ ଜନିତ ପରକିୟା ପ୍ରିତି ଘଟଣା କୁ ନେଇ ହେରାମ୍ବ ମେହେର ନାମକ ଯୁବକ ନିଜ ସ୍ତ୍ରୀ ତନୁଜା ମେହେରଙ୍କୁ ବିଷ ଇଂଜେକ୍ସସନ ଦେଇ ହତ୍ୟା ଉଦ୍ୟମ କରିଥିବା ଘଟଣା ପଦାକୁ ଆସିବା ପରେ ହେରାମ୍ବ ଓ ତାର ଭାଉଜ ପୁର୍ଣ୍ଣିମା ମେହେର ୨ ଜଣ ରବିବାର ରାତ୍ର ସମୟରୁ ଉଭାନ ହୋଇଯାଇଥିଲେ। ସୋମବାର ସକାଳ ସମୟରେ ସେହି ୨ ଜଣ ଦିଅର ଭାଉଜ ପ୍ରେମୀ ଯୁଗଳ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେଷନରେ ଟ୍ରେନ ପାଖରେ ଟ୍ରେନ ଆସୁଥିବା ସମୟରେ ଦୌଡିଯାଇ ଆତ୍ମ ହତ୍ୟା କରିଥିବା ଜଣାପଡିଛି। କଣ୍ଟାବାଞ୍ଜି ରେଲୱେ ପୋଲିସ ୨ ଜଣଙ୍କ ଶବକୁ ଜବତ କରି ଶବ ବ୍ୟବଛେଦ କଲାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣା ର ତଦନ୍ତ କରୁଥିବା ପ୍ରକାଶ କରିଛି ରେଲୱେ ପୋଲିସ। ସୂଚନା ଥାଉକି ଖଡିଆଳ ଥାନା ଡୁଆଝର ଗ୍ରାମର ହେରାମ୍ବ ମେହେର ତନୁଜା ମେହେର ଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। କିନ୍ତୁ ନିଜ ସ୍ତ୍ରୀ ଙ୍କୁ ସବୁବେଳେ ଅତ୍ୟାଚାର କରିଆସୁଥିଲେ। ଅତ୍ୟାଚାର କରିବା ମୁଖ୍ୟ ନାୟିକା ଥିଲେ ତାଙ୍କ ଭାଉଜ ପୁର୍ଣ୍ଣିମା ମେହେର। ପୁର୍ଣ୍ଣିମା ଓ ହେରାମ୍ବ ମେହେର ମଧ୍ୟରେ ଅନୈତିକ ପ୍ରେମ ସମ୍ପର୍କ ଥିବା ଯୋଗୁଁ ସେ ନିଜ ସ୍ତ୍ରୀ ଙ୍କୁ ମାନସିକ ଶାରିରିକ ଅତ୍ୟାଚାର କରିଆସୁଥରଲେ। ଫଳ ସ୍ୱରୁପ ରବିବାର ନିଜ ସ୍ତ୍ରୀ ଙ୍କୁ ଜିବନରୁ ହଟାଇବା ପାଇଁ ମିଛ ବାହାନା କରି ସ୍ତ୍ରୀ ଙ୍କୁ ବିଷ ଇଂଜେକ୍ସସନ ଲଗାଇଦେଇଥିଲେ। ବିଷ ଇଂଜେକ୍ସସନ ଦେଲା ପରେ ସ୍ତ୍ରୀ ଙ୍କ ଶରୀର ସଂଙ୍କଟାପନ୍ନ ହେବାରୁ ନିଜ ସ୍ୱାମୀ ଓ ବଡ ଭାଇ ଖଡିଆଳ ମିଶନ ହସପିଟାଲରେ ଭର୍ତ୍ତି କରିଥିଲେ। ସ୍ତ୍ରୀ ତନୁଜାର ସଂଙ୍କଟାପନ୍ନ ଅବସ୍ଥାକୁ ଦେଖି ମରିଯିବ ଭାବି ତନୁଜାର ସ୍ୱାମୀ ହେରାମ୍ବ ଓ ଭାଉଜ ପୁର୍ଣ୍ଣିମା ମେହେର ଉଭାନ ହୋଇଯାଇଥିଲେ। ପରେ ସେହି ୨ ଜଣ ଦିଅର ଭାଉଜ ଲୋକ ଲଜ୍ଜା ଭୟ ସହିତ ଗିରଫ ହେବା ଭୟରେ କଣ୍ଟାବାଞ୍ଜି ରେଲୱେ ଷ୍ଟେଷନରେ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ହେରାମ୍ବ ମେହେର ଙ୍କ ସ୍ତ୍ରୀ ତନୁଜା ମରଣ ସହିତ ସଂଗ୍ରାମ କରୁଥିବା ବେଲେ ତନୁଜାର କୈାଣସି ପୁଅ ଝିଅ ହୋଇନଥିବା ଜଣାପଡିଛି। ପୁର୍ଣ୍ଣିମାର ଦୁଇଜଣ ପୁଅ ଝୀଅ ଥିବା ବେଲେ ଏବେ ସେମାନେ ମଧ୍ୟ ମାଁ ଛେଉଣ୍ଡ ହୋଇଯାଇଛନ୍ତି। ପ୍ରେମର ଜନିତ କରାଣରୁ ବର୍ତ୍ତମାନ ଦୁଇ ଗୋଟି ଜିବନ ଚାଲିଯାଇଥିବା ବେଳେ ଜଣେ ମରଣ ସହିତ ସଂଗ୍ରାମ କରୁଛି। ଏହି ଖବର ଜଣାପଡିବା ପରେ ଖଡିଆଳ ଅଞ୍ଚଳରେ ଦୁଃଖର ଛାୟା ଖେଲିଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top